ବଦଳିବ ସଂୟ ସହାୟକ ଗୋଷ୍ଠୀର ରୂପରେଖ, ହଟିବେ ପୁରୁଣା ସଭାପତି ଓ ସଂପାଦକ

ଭୁବନେଶ୍ଵର: ନୂଆ ଢାଞ୍ଚାରେ ହେବ ମିଶନ ଶକ୍ତି ଗ୍ରୁପର ପୁନଃର୍ଗଠନ । ବଦଳିବେ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ । ଏନେଇ ରାଜ୍ୟ ସରକାର ନୋଟିଫିକେସନ ଜାରି କରିସାରିଛନ୍ତି । ଏପ୍ରିଲ ମାସରେ ସଂଘର ସଭାପତି ସମ୍ପାଦକ ବଦଳିବେ । ଏହା ପରେ GPLF, CPL ଓ BLFଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା  । ଯେଉଁମାନେ ଦୁଇରୁ ଚାରି ବର୍ଷ ଯାଏ ପଦବୀରେ ଥିବେ ସେମାନଙ୍କୁ ବଦଳା ଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।ବଦଳିବ ସଂୟ ସହାୟକ ଗୋଷ୍ଠୀର ରୂପରେଖ । ନୂଆ ଢାଞ୍ଚାରେ ହେବ ମିଶନ ଶକ୍ତି ଗ୍ରୁପର ପୁନଃର୍ଗଠନ । ବଦଳିବେ ସଂୟ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି  ନେଇଛନ୍ତି। ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି , ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଭୋଟ ପାଇଁ ଗ୍ରୁପ ତିଆରି କରିଥିଲେ । ସେଥିପାଇଁ ରାଜ୍ୟରେ  ଏସଏସଜି ଗ୍ରୁପଙ୍କ ରେଜିଷ୍ଟ୍ରେସନ ହୋଇ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ୍ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡିଟ ନାହିଁ  ତାର ଉଦ୍ଦେଶ୍ୟ କ’ଣ ଜଣାପଡୁଛି । Also read: ଓ୍ଵାକଫ ବିଲ୍‌କୁ ନେଇ ବିଜେଡି ଦୁଇ ଫାଳ, ଦେବାଶିଷଙ୍କ ବ

ବଦଳିବ ସଂୟ ସହାୟକ ଗୋଷ୍ଠୀର ରୂପରେଖ, ହଟିବେ ପୁରୁଣା ସଭାପତି ଓ ସଂପାଦକ

ଭୁବନେଶ୍ଵର: ନୂଆ ଢାଞ୍ଚାରେ ହେବ ମିଶନ ଶକ୍ତି ଗ୍ରୁପର ପୁନଃର୍ଗଠନ । ବଦଳିବେ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ । ଏନେଇ ରାଜ୍ୟ ସରକାର ନୋଟିଫିକେସନ ଜାରି କରିସାରିଛନ୍ତି । ଏପ୍ରିଲ ମାସରେ ସଂଘର ସଭାପତି ସମ୍ପାଦକ ବଦଳିବେ । ଏହା ପରେ GPLF, CPL ଓ BLFଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା  । ଯେଉଁମାନେ ଦୁଇରୁ ଚାରି ବର୍ଷ ଯାଏ ପଦବୀରେ ଥିବେ ସେମାନଙ୍କୁ ବଦଳା ଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ବଦଳିବ ସଂୟ ସହାୟକ ଗୋଷ୍ଠୀର ରୂପରେଖ । ନୂଆ ଢାଞ୍ଚାରେ ହେବ ମିଶନ ଶକ୍ତି ଗ୍ରୁପର ପୁନଃର୍ଗଠନ । ବଦଳିବେ ସଂୟ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି  ନେଇଛନ୍ତି। ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି , ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଭୋଟ ପାଇଁ ଗ୍ରୁପ ତିଆରି କରିଥିଲେ । ସେଥିପାଇଁ ରାଜ୍ୟରେ  ଏସଏସଜି ଗ୍ରୁପଙ୍କ ରେଜିଷ୍ଟ୍ରେସନ ହୋଇ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ୍ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡିଟ ନାହିଁ  ତାର ଉଦ୍ଦେଶ୍ୟ କ’ଣ ଜଣାପଡୁଛି । 

Also read: ଓ୍ଵାକଫ ବିଲ୍‌କୁ ନେଇ ବିଜେଡି ଦୁଇ ଫାଳ, ଦେବାଶିଷଙ୍କ ବିରୋଧରେ ସାମ୍ନାକୁ ଆସିଲେ ପାଣ୍ଡିଆନ ସପକ୍ଷବାଦୀ

କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର । ପାତର ଅନ୍ତର ହେବ ନାହିଁ ।  ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ନିଷ୍ପତ୍ତି ହୋଇଛି । ଏବେ ସମସ୍ତଙ୍କୁ ଜିପିଏଲ ର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ସଭାପତି ସମ୍ପାଦକ ନିଯୁକ୍ତି ଦିଆଯିବ।   ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରି-ଅର୍ଗାନାଇଜ କରାଯିବ। ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ।   ଯେଉଁମାନେ ଦୁଇ ଥର ୪ ବର୍ଷରୁ ଅଧିକ ସମୟ ଦାୟିତ୍ବରେ ରହି ସାରିଛନ୍ତି । ସେମାନେ ଆଉ ପଦବୀରେ ରହିପାରିବେନି ।  

ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି  ଏବେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ମହିଳାଙ୍କୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଯେଉଁ ମହିଳା ଭଲ କାମ କରି ଲକ୍ଷପତି ଦିଦି ହୋଇଛନ୍ତି, ସେମାନଙ୍କୁ ଅପମାନିତ କରିବାକୁ ଚାହୁଁଛନ୍ତି ସରକାର ।  ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାକୁ ନବୀନ ପଟ୍ଟନାୟକ SHG  ଗଠନ କରିଥିଲେ ।   ହେଲେ ବିଜେପି ସରକାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ମହିଳାମାନେ ବୁଝିଲେଣି ଯେ ସେମାନେ ଶୋଷଣ ହେଉଛନ୍ତି । 

ସେପଟେ କଂଗ୍ରେସ ବିଧାୟୀକା ସୋଫିଆ ଫିର୍ଦୋସ୍ କହିଛନ୍ତି,  ବିଜେପି ବିଜେଡି ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ।  ସେ ଲକ୍ଷ ପତି ଦିଦି ହୁଅନ୍ତୁ କି ସୁଭଦ୍ରା,  ସବୁଥିରେ ଏହି ମହିଳା ମାନେ କାମ କରି ସରକାରଙ୍କୁ ସାହାଯ୍ୟ କରିଛନ୍ତି  ।  ଏ ବୟସ ରେ ସରକାର ତାଙ୍କୁ ବାହାର କଲେ ସେମାନେ ଯିବେ କୁଆଡେ । ତାଙ୍କୁ କିଭଳି ମାର୍ଗଦର୍ଶନ ଦେଲେ ସେମାନେ କାମ କରିପାରିବେ ସରକାର ତାହାରି ଉପରେ ଗରୁତ୍ବ ଦେବା କଥା । ଏଭଳି ନିଷ୍ପତ୍ତି ନେବା ସରକାରଙ୍କ ପକ୍ଷରେ ଉଚିତ ହୋଇନାହିଁ ।

ମହିଳାଙ୍କ ପ୍ରସଙ୍ଗ  ସବୁବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ବ ରହି ଆସିଛି । ଯେହେତୁ  ଭୋଟ ବ୍ୟାଙ୍କର ବଡ ଭାଗ ମହିଳାଙ୍କର ସେଥିପାଇଁ  ସବୁ ରାଜନୈତିକ ଦଳ ମହିଳାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେଉଛନ୍ତି। ପୂର୍ବ ସରକାର ମିଶନ ଶକ୍ତିକୁ ଫୋକସ କରୁଥିଲେ ଆଉ ନୂଆ ସରକାର ସୁଭଦ୍ରାକୁ ଫୋକସ କରି ମହିଳାଙ୍କ ମନ ଜିଣିବାକୁ ଆରମ୍ଭରୁ ଚେଷ୍ଟା କରିଛନ୍ତି ।