ବଦଳିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରାଜଧାନୀର ନାଁ

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାଁ। ଆଜି କେନ୍ଦ୍ର ସରକାର ପୋର୍ଟ ବ୍ଲେୟାର ନାଁକୁ ଶ୍ରୀ ବିଜୟ ପୂରମ କରିଛନ୍ତି। ଏଣିକି ପୋର୍ଟ ବ୍ଲେୟାର ଶ୍ରୀ ବିଜୟ ପୂରମ ନାଁରେ ପରିଚୟ ହାସଲ କରିବ। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ଶ୍ରୀ ବିଜୟ ପୂରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା। ପୂର୍ବରୁ ଥିବା ନାଁ ଔପନିବେଶିକ ଛାପକୁ […]

ବଦଳିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରାଜଧାନୀର ନାଁ
Untitled 1 26

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାଁ। ଆଜି କେନ୍ଦ୍ର ସରକାର ପୋର୍ଟ ବ୍ଲେୟାର ନାଁକୁ ଶ୍ରୀ ବିଜୟ ପୂରମ କରିଛନ୍ତି। ଏଣିକି ପୋର୍ଟ ବ୍ଲେୟାର ଶ୍ରୀ ବିଜୟ ପୂରମ ନାଁରେ ପରିଚୟ ହାସଲ କରିବ।

ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ଶ୍ରୀ ବିଜୟ ପୂରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା। ପୂର୍ବରୁ ଥିବା ନାଁ ଔପନିବେଶିକ ଛାପକୁ ଦର୍ଶାଉଥିଲା। ଶ୍ରୀ ବିଜୟ ପୂରମ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ନିକୋବର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲା।