ବଦଳିଲା ନିୟମ : ୟୁପିଆଇରୁ ହେବ ୫ ଲକ୍ଷ ପର୍ଯ୍ୟନ୍ତ ଟିକସ ପେମେଣ୍ଟ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସରକାର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ଖୁବ କମ୍ ରହିଥିଲା। ତେଣୁ ଏହି ପରିବର୍ତ୍ତନ କରଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ। ଦେଶର […]

ବଦଳିଲା ନିୟମ : ୟୁପିଆଇରୁ ହେବ ୫ ଲକ୍ଷ ପର୍ଯ୍ୟନ୍ତ ଟିକସ ପେମେଣ୍ଟ
Now pay upto Rs 5 lakh for tax, healthcare, and education payments via UPI

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସରକାର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ଖୁବ କମ୍ ରହିଥିଲା। ତେଣୁ ଏହି ପରିବର୍ତ୍ତନ କରଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ।

ଦେଶର ଲକ୍ଷ ଲକ୍ଷ କରଦାତାଙ୍କ ପାଇଁ ୟୁପିଆଇ ଜରିଆରେ ଟିକସ ପୈଠ କରିବାର ସୀମାରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ବୃଦ୍ଧି ଘଟାଇଛି। ଅଗଷ୍ଟ ୨୪ରେ ଏକ ସର୍କୁଲା ମାଧ୍ୟମରେ ଏ ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ୟୁପିଆଇ ମାଧ୍ୟମରେ କାରବାରକୁ ନେଇ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବିଶେଷ କାଟାଗୋରୀ ପାଇଁ ୟୁପିଆଇରେ ସମସ୍ତ କାରବାର ସୀମା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସଂସ୍ଥାଗୁଡ଼ିକ ପାଇଁ ଟିକସ ପେମେଣ୍ଟ କରିବାର ୟୁପିଆଇରେ କାରବାର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏ ସମ୍ପର୍କରେ ଏନପିସିଆଇ କହିଛି ଯେ, ଟିକସଦାତାମାନେ ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ଟିକସ ଦେୟ ବର୍ଗ ପାଇଁ ବର୍ଦ୍ଧିତ ସୀମା ଲାଗି ୟୁପିଆଇ ଏକ ପେମେଣ୍ଟ ମୋଡ୍ ଭାବରେ ସକ୍ଷମ ହୋଇଛି । ଏଥିପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟିକସ ପେମେଣ୍ଟ ଲିମିଟର ବର୍ଦ୍ଧିତ ସୀମା ଲାଗୁ କରିବା ପାଇଁ ବ୍ୟାଙ୍କ, ପେମେଣ୍ଟ ସେବା ଯୋଗାଣକାରୀ ଏବଂ ୟୁପିଆଇକୁ କହିଛି ଏନପିସିଆଇ। ଅର୍ଥାତ୍ ସେପ୍ଟେମ୍ବର ୧୬ ସୁଦ୍ଧା ୫ ଲକ୍ଷ ଟଙ୍କାର ଟିକସ ପେମେଣ୍ଟ କରିବା ପାଇଁ ୟୁପିଆଇ ବ୍ୟବହାର କରାଯାଇପାରିବ। ଏହାବ୍ୟତୀତ ଏବେ ଅନ୍ୟ କାଟାଗୋରୀ ପାଇଁ ପ୍ରତ୍ୟେକ କାରବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ହୋଇପାରିବ। ଏହି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ଡାକ୍ତରଖାନା ଏବଂ ଶିକ୍ଷା ପ୍ରତିଷ୍ଠାନ, ଆଇପିଓ ଏବଂ ଆରବିଆଇ ଖୁଚୁରା ପ୍ରତ୍ୟକ୍ଷ ଯୋଜନା ପାଇଁ ମଧ୍ୟ କରାଯାଇପାରିବ। ସୂଚନାଯୋଗ୍ୟ ଯେ, ଏହା କେବଳ କିଛି କାରବାରରେ ପ୍ରଯୁଜ୍ୟ ହେବ। ଏହାବ୍ୟତୀତ, ବ୍ୟାଙ୍କ ଏବଂ ୟୁପିଆଇ ସହିତ ସେମାନେ କେଉଁ ସୀମା ଅନୁମତି ଦିଅନ୍ତି ତାହା ଯାଞ୍ଚ କରିବାକୁ ପଡିବ।