ବଦଳିଲା ସରକାର, ସ୍ୱଚ୍ଛ ହେବ ଯମୁନା: ସରକାର ଗଠନ ପୂର୍ବରୁ ପ୍ରତିଶ୍ରୁତି ପୂରା କରୁଛି ବିଜେପି
କନକ ବ୍ୟୁରୋ: ସରକାର ଗଠନ ହୋଇନି, ମୁଖ୍ୟମନ୍ତ୍ରୀ ମଧ୍ୟ ଚୟନ ହୋଇନି କିନ୍ତୁ ନିଜ ପ୍ରତିଶ୍ରୁତି ପୂରା କରିବାକୁ କାଳବିଳମ୍ବ କରିନି ବିଜେପି ।ଆରମ୍ଭ ହୋଇଛି ଯମୁନା ନଦୀ ସଫେଇ କାମ । ଯମୁନା ଯାହାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିଥିଲା । ଏବେ ପ୍ରଶ୍ନ ଉଠୁଛି ଏତେ ସରକାର ଗଠନ ହେବା ପୂର୍ବରୁ ଦଳ ନଦୀର ସଫେଇ କାମରେ ତତ୍ପରତା ପଛର କାରଣ କ’ଣ? ଏଥରକ ଦିଲ୍ଲୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଲା ଯମୁନା ନଦୀ ପ୍ରଦୂଷଣ । ଆପ ଓ ବିଜେପି ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି କରିବା ସହ ଏହାକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରିଥିଲେ । ତେବେ ବାଜି ମାରିଛି ବିଜେପି । ଏବେ ପ୍ରଶ୍ନ ଉଠୁଛି ଦିଲ୍ଲୀରେ ଦଳ ସରକାର ଗଠନ କରିନି, ମୁଖ୍ୟମନ୍ତ୍ରୀ କାହାକୁ କରିବ ସେକଥା ଉପରୁ ମଧ୍ୟ ସସପେନ୍ସ ହଟିନି କିନ୍ତୁ କାହିଁକି ଏତେ ତରବର ହୋଇ ଯମୁନା ନଦୀକୁ ସଫା କରିବାକୁ ଆଗେଇ ଆସିଛି । ତଥ୍ୟ କହୁଛି- ସରକାର ଗଠନ ପୂର୍ବରୁ ଯମୁନା ସଫେଇ-ଯମୁନା ନଦୀ ପ୍ରଦୂଷଣ ପାଇଁ ଦାୟୀ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାର-ଏହାକୁ ସଫା ରଖିବା ଦାୟିତ୍ବ ଉଭୟଙ୍କର-ଦିଲ୍ଲୀ ଦେଇ ପ୍ରବାହିତ ଯମୁନାରେ ୭୬% ପ୍ରଦୂଷିତ-୯୨ ନାଳ ପାଣି ସିଧା ଯମୁନା ପାଣିରେ ମିଶେ-ରାଜଧାନୀରେ ୩୫୦୦ ସ୍ବରେଜ କେନାଲରେ ଯମୁନାରେ ମିଶୁଛି -ଦିଲ୍ଲୀ ଜଳବୋର୍ଡ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ଦିଲ୍ଲୀ ସରକାର ହସ୍ତକ୍ଷେପ କରିପାରିବେ-ଯମୁନା କେବଳ ଦିଲ୍ଲୀରେ ସୀମିତ ନୁହେଁ ଅନ୍ୟାନ୍ୟ ରା

କନକ ବ୍ୟୁରୋ: ସରକାର ଗଠନ ହୋଇନି, ମୁଖ୍ୟମନ୍ତ୍ରୀ ମଧ୍ୟ ଚୟନ ହୋଇନି କିନ୍ତୁ ନିଜ ପ୍ରତିଶ୍ରୁତି ପୂରା କରିବାକୁ କାଳବିଳମ୍ବ କରିନି ବିଜେପି ।ଆରମ୍ଭ ହୋଇଛି ଯମୁନା ନଦୀ ସଫେଇ କାମ । ଯମୁନା ଯାହାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିଥିଲା । ଏବେ ପ୍ରଶ୍ନ ଉଠୁଛି ଏତେ ସରକାର ଗଠନ ହେବା ପୂର୍ବରୁ ଦଳ ନଦୀର ସଫେଇ କାମରେ ତତ୍ପରତା ପଛର କାରଣ କ’ଣ?
ଏଥରକ ଦିଲ୍ଲୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଲା ଯମୁନା ନଦୀ ପ୍ରଦୂଷଣ । ଆପ ଓ ବିଜେପି ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି କରିବା ସହ ଏହାକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରିଥିଲେ । ତେବେ ବାଜି ମାରିଛି ବିଜେପି । ଏବେ ପ୍ରଶ୍ନ ଉଠୁଛି ଦିଲ୍ଲୀରେ ଦଳ ସରକାର ଗଠନ କରିନି, ମୁଖ୍ୟମନ୍ତ୍ରୀ କାହାକୁ କରିବ ସେକଥା ଉପରୁ ମଧ୍ୟ ସସପେନ୍ସ ହଟିନି କିନ୍ତୁ କାହିଁକି ଏତେ ତରବର ହୋଇ ଯମୁନା ନଦୀକୁ ସଫା କରିବାକୁ ଆଗେଇ ଆସିଛି । ତଥ୍ୟ କହୁଛି-
ସରକାର ଗଠନ ପୂର୍ବରୁ ଯମୁନା ସଫେଇ
-ଯମୁନା ନଦୀ ପ୍ରଦୂଷଣ ପାଇଁ ଦାୟୀ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାର
-ଏହାକୁ ସଫା ରଖିବା ଦାୟିତ୍ବ ଉଭୟଙ୍କର
-ଦିଲ୍ଲୀ ଦେଇ ପ୍ରବାହିତ ଯମୁନାରେ ୭୬% ପ୍ରଦୂଷିତ
-୯୨ ନାଳ ପାଣି ସିଧା ଯମୁନା ପାଣିରେ ମିଶେ
-ରାଜଧାନୀରେ ୩୫୦୦ ସ୍ବରେଜ କେନାଲରେ ଯମୁନାରେ ମିଶୁଛି
-ଦିଲ୍ଲୀ ଜଳବୋର୍ଡ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ଦିଲ୍ଲୀ ସରକାର ହସ୍ତକ୍ଷେପ କରିପାରିବେ
-ଯମୁନା କେବଳ ଦିଲ୍ଲୀରେ ସୀମିତ ନୁହେଁ ଅନ୍ୟାନ୍ୟ ରାଜ୍ୟ ଦେଇ ପ୍ରବାହିତ ହେଉଛି
-ତେଣୁ ପ୍ରଦୂଷଣ କମ କରି ପାରିବେ କେନ୍ଦ୍ର ସରକାର
-କେବଳ ଦିଲ୍ଲୀ ସରକାରଙ୍କୁ କାହିଁକି ଦାୟୀ କରୁଥିଲା ବିଜେପି?
ସୂଚନା ଅନୁସାରେ ଯମୁନା ନଦୀକୁ ସଫା ରଖିବାକୁ ୬୮୨ କୋଟି ବଜେଟ ସହ ୧୯୯୩ ମସିହାରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲେ ତତକାଳୀନ ଦିଲ୍ଲୀ ସରକାର। ଭାରତ ଓ ଜାପାନର ମିଳିତ ଭାବେ ଆକ୍ସନପ୍ଲାନ କରିଥିଲେ । ୨୦୦୪ରୁ ୨୦୦୮ରେ ଆକ୍ସନ ପ୍ଲାନ ଟୁରେ ୧୫୧୬କୋଟି ଖର୍ଚ୍ଚ ହୋଇଥିଲା ।ତୃ ତୀୟ ଚରଣରେ ୧୬୭୮୫କୋଟି ଟଙ୍କା ଖର୍ଚ୍ଚ । ଏଥିସହ ୨୦୧୫ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତଥାପି କାହିଁକି ପ୍ରଦୂଷିତ ରହିଛି ଯମୁନା ଏନେଇ ଅନେକ ପ୍ରଶ୍ନ ଉଠୁଛି ।
ତେବେ ଯମୁନା ନଦୀକୁ ସଫା କରିବାକୁ ୪ଟି ଚରଣର ମାଷ୍ଟରପ୍ଲାନ କରାଯାଇଛି । ୩ବର୍ଷ ଭିତରେ ସମ୍ପୂର୍ଣ୍ଣ ସଫା କରି ନଦୀକୁ ଦିଲ୍ଲୀକୁ ଆସ୍ଥା ଓ ଲାଇଫଲାଇନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ଓ ବିଶାଳ ମେସିନ ସଫା କାମ ଆରମ୍ଭ କରିଛି । ଦଳ କହିଛି ସାବରମତୀ ରିଭରଫ୍ରଣ୍ଟ କରି ଯମୁନାକୁ ଗଢ଼ିତୋଳିବ ।ସେପଟେ ଯମୁନା ନଦୀରେ ଆରମ୍ଭ ହୋଇଛି ସଂଧ୍ୟା ଆଳତୀ । ପୁଣି ଥରେ ଯମୁନାକୁ ଦିଲ୍ଲୀର ପରିଚୟ ବନାଇବାକୁ ଲକ୍ଷ୍ୟ ରଖିଛି ବିଜେପି ।