ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା, କହିଦେଲେ ମଞ୍ଜ କଥା
ଭୁବନେଶ୍ୱର,୩୧।୧: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ନୂଆ ଯୋଜନାକୁ ନେଇ ନୂଆ ସରକାରଙ୍କୁ ସମାଲୋଚନା କରିଛନ୍ତି। ବଦ୍ରିନାରାୟଣ କହିଛନ୍ତି, ବିଜେଡି ସରକାରର ଯୋଜନାକୁ ଭାଜପା ନୂଆ ନାଁ ଦେଇଛି। ଆମ ଗାଁ, ଆମ ବିକାଶ’କୁ ଜାତିସଂଘ ପୁରସ୍କାର ମିଳିଥିଲା। ପୁରୁଣା ସରକାର କଥା ନକହି ନୂଆ କ’ଣ କରିବେ କୁହନ୍ତୁ। ଅନ୍ୟପଟେ, ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ବଦ୍ରିନାରାୟଣ ପ୍ରତିକ୍ରିୟା ଦେଇ କହିଛନ୍ତି, ତଦନ୍ତରେ ତ୍ରୁଟି […] The post ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା, କହିଦେଲେ ମଞ୍ଜ କଥା appeared first on Dharitri Odia News.
ଭୁବନେଶ୍ୱର,୩୧।୧: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ନୂଆ ଯୋଜନାକୁ ନେଇ ନୂଆ ସରକାରଙ୍କୁ ସମାଲୋଚନା କରିଛନ୍ତି। ବଦ୍ରିନାରାୟଣ କହିଛନ୍ତି, ବିଜେଡି ସରକାରର ଯୋଜନାକୁ ଭାଜପା ନୂଆ ନାଁ ଦେଇଛି। ଆମ ଗାଁ, ଆମ ବିକାଶ’କୁ ଜାତିସଂଘ ପୁରସ୍କାର ମିଳିଥିଲା। ପୁରୁଣା ସରକାର କଥା ନକହି ନୂଆ କ’ଣ କରିବେ କୁହନ୍ତୁ।
ଅନ୍ୟପଟେ, ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ବଦ୍ରିନାରାୟଣ ପ୍ରତିକ୍ରିୟା ଦେଇ କହିଛନ୍ତି, ତଦନ୍ତରେ ତ୍ରୁଟି ହୋଇଥିଲେ ଦୀପାଳି ଲେଖିକି ଦିଅନ୍ତୁ। ଉଚ୍ଚସ୍ତରୀୟ ତଦନ୍ତ କିନ୍ତୁ ସ୍ବଚ୍ଛ ହେବା ଦରକାର। ପାତ୍ର ଆହୁରି ମଧ୍ୟ କହିଛନ୍ତି ଏହି ସମୟ ମଧ୍ୟରେ ପ୍ରାୟ ସାତ ମାସ ବିତିଗଲାଣି ଏବଂ ବର୍ତ୍ତମାନର ସରକାର ପୂର୍ବ ସରକାରଙ୍କୁ ଦୋଷ ଦେବା ପରିବର୍ତ୍ତେ ନୂତନ ପଦକ୍ଷେପ ନେବା ଉଚିତ୍।
ସେପଟେ କଂଗ୍ରେସ ବର୍ତ୍ତମାନର ସରକାରଙ୍କୁ ସମାଲୋଚନା କରିଛି, ଏହି କାର୍ଯ୍ୟଗୁଡ଼ିକ ପୂର୍ବ ସରକାରଙ୍କ ରଣନୀତିକୁ ପ୍ରତିଫଳିତ କରେ ବୋଲି ପରାମର୍ଶ ଦେଇଛି, ଶାସନରେ ଅନୁଭୂତ ସମାନତାକୁ ଉଜାଗର କରିଛି। ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ସରକାର ପୂର୍ବ ବିଜେଡି ସରକାର ପରି ସମାନ ବୋଲି କଂଗ୍ରେସ ନେତା ନୀଳମାଧବ ହିକ୍କା ପ୍ରକାଶ କରିଛନ୍ତି।
The post ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା, କହିଦେଲେ ମଞ୍ଜ କଥା appeared first on Dharitri Odia News.