ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ, ପାରିବାରିକ କଳହରୁ ଅଘଟଣ ସନ୍ଦେହ

ଭୋଗରାଇ ୧୫/୦୩: ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସଲପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ଅର୍ଚ୍ଚନା ବେହେରା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ଆଜି ସକାଳ ସମୟରେ ଉକ୍ତ ଗ୍ରାମର ଭାସ୍କର ବେହାରଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କ ଶରୀର ବନ୍ଦ କୋଠରୀରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରୁ ସ୍ୱାମୀ ଫେରାର ରହିଥିବା ବେଳେ ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ, ପାରିବାରିକ କଳହରୁ ଅଘଟଣ ସନ୍ଦେହ

ଭୋଗରାଇ ୧୫/୦୩: ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସଲପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ଅର୍ଚ୍ଚନା ବେହେରା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । 


ଆଜି ସକାଳ ସମୟରେ ଉକ୍ତ ଗ୍ରାମର ଭାସ୍କର ବେହାରଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କ ଶରୀର ବନ୍ଦ କୋଠରୀରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରୁ ସ୍ୱାମୀ ଫେରାର ରହିଥିବା ବେଳେ ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।