ବନ୍ଧା ହେଲା କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ
ଜାହାଜ ଗିରଫ । କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ ବନ୍ଧା ହେଲା। ଜାହାଜକୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଓ କେମିତି ଗିରଫ ହେଲା ଏତେ ବଡ଼ ଜାହାଜ ? ଆରେଷ୍ଟ ଅଫ ୱାରେଣ୍ଟ ଏକ ସ୍ବତନ୍ତ୍ର ବ୍ୟବସ୍ଥା। ଭାରତର ୮ଟି ହାଇକୋର୍ଟରେ ଏହି ବ୍ୟବସ୍ଥା ରହିଛି। ଏହାକୁ admirality jurisdiction କୁହାଯାଏ। PICPLର ବର୍ଥରେ ଏମଭି ଦେବୀ ଜାହାଜ ରହିଛି […] The post ବନ୍ଧା ହେଲା କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ appeared first on KNews Odisha.

ଜାହାଜ ଗିରଫ । କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ ବନ୍ଧା ହେଲା। ଜାହାଜକୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଓ କେମିତି ଗିରଫ ହେଲା ଏତେ ବଡ଼ ଜାହାଜ ? ଆରେଷ୍ଟ ଅଫ ୱାରେଣ୍ଟ ଏକ ସ୍ବତନ୍ତ୍ର ବ୍ୟବସ୍ଥା। ଭାରତର ୮ଟି ହାଇକୋର୍ଟରେ ଏହି ବ୍ୟବସ୍ଥା ରହିଛି। ଏହାକୁ admirality jurisdiction କୁହାଯାଏ। PICPLର ବର୍ଥରେ ଏମଭି ଦେବୀ ଜାହାଜ ରହିଛି । ବର୍ଥ ଚାର୍ଜ ଦେଇନଥିଲା। ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ ଆଦାୟ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।
୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଆଦାୟ ପାଇଁ ହୋଇଥିଲା ମାମଲା । ଶୁଣାଣି କରି ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଜାହାଜ କର୍ତ୍ତୃପକ୍ଷ ବର୍ଥ ଚାର୍ଜ, ଆଇନଗତ ଖର୍ଚ୍ଚ, ସୁଧ ଟଙ୍କା ହାଇକୋର୍ଟରେ ଜମା କରିବା ପରେ ଜାହାଜକୁ କୋର୍ଟ ରିଲିଜ୍ କରିବେ। ଗତବର୍ଷ ନଭେମ୍ବର ୩୦ତାରିଖରେ ପାରାଦୀପ ବନ୍ଦରରେ ଏମଭି ଦେବୀ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ସାମୁଦ୍ରିକ ବିବାଦ ସମ୍ପର୍କିତ ମୂଳ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବ।
The post ବନ୍ଧା ହେଲା କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ appeared first on KNews Odisha.