ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ ୩ ମହଲା ବିଲ୍ଡିଂ । ୧ କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି । ଏହାସହ ୮୫୪ ଗ୍ରାମ […] The post ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ appeared first on KNews Odisha.

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
Vigilance odisha

ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ ୩ ମହଲା ବିଲ୍ଡିଂ ।

୧ କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି । ଏହାସହ ୮୫୪ ଗ୍ରାମ ସୁନା ଓ ୧୮ଶହ ଗ୍ରାମର ରୁପା ଜବତ କରିଛି ଭିଜିଲାନ୍ସ ।  ୨୦୧୧ରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜନିୟର ଭାବେ ଯୋଗଦେଇଥିଲେ ବିଶ୍ବନାଥ । ସେତେବେଳେ ଦରମା ଥିଲା ୧୪ ହଜାର ଟଙ୍କା ।

୨୦୧୬ରେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ। ମାତ୍ର ୮ବର୍ଷର ନିୟମିତ ଚାକିରୀରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ବିଶ୍ବନାଥ।

The post ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ appeared first on KNews Odisha.