ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ର ଏକ ନୂତନ ଶାଖା ବୌଦ୍ଧରେ ଉଦଘାଟିତ ହୋଇଛି । କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କିସ୍ ଶାଖା ପ୍ରତିଷ୍ଠା ହୋଇଛି । ଏହା ସହିତ ବୌଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉଦଘାଟନ ଏବଂ ଏକ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲର ଭୂମି ପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ […] The post ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା appeared first on KNews Odisha.

ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା
kiss

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ର ଏକ ନୂତନ ଶାଖା ବୌଦ୍ଧରେ ଉଦଘାଟିତ ହୋଇଛି । କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କିସ୍ ଶାଖା ପ୍ରତିଷ୍ଠା ହୋଇଛି । ଏହା ସହିତ ବୌଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉଦଘାଟନ ଏବଂ ଏକ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲର ଭୂମି ପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ୍ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଆହୁରି ଆଗକୁ ନେଇଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ ବୋଲି ଶ୍ରୀ ଅମାତ କହିଛନ୍ତି ।

The post ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା appeared first on KNews Odisha.