ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ। ୨ ଯୁବକକୁ ଗିରଫ କଲା ସୋର ପୋଲିସ। ଗତକାଲି ବିଳମ୍ବିତ ରାତିରେ... The post ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ appeared first on .
ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ। ୨ ଯୁବକକୁ ଗିରଫ କଲା ସୋର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସୋର ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ବ୍ରିଜ ନିକଟରେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଦାସ। ରବିନାରାୟଣ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ଛାନଭିନ କରିଥିଲା। ଦୁଇ ଜଣ ଯୁବକ ବନ୍ଧୁକ ଦେବା ପାଇଁ ରବିନାରାୟଣଙ୍କୁ ପୂର୍ବରୁ ଟଙ୍କା ଦେଇଥିଲେ ହେଲେ ରବିନାରାୟଣ ବନ୍ଧୁକ ଦେଇନଥିଲେ କି ବନ୍ଧୁକ ବାବଦକୁ ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ l ଦୁଇ ଯୁବକ ବାରମ୍ବାର ଟଙ୍କା ମାଗିବାରୁ ରବିନାରାୟଣ ନଦେବାରୁ ବାଧ୍ୟ ହୋଇ ଗତକାଲି ହତ୍ୟା କରିଥିବା ନେଇ ପ୍ରକାଶ କରିଥିଲେ ଦୁଇ ଯୁବକ l ପରେ ଭୁବନେଶ୍ୱର କମିଶନରେଟ ପୋଲିସ, ସୋର ପୋଲିସ ଓ ପୁରୀ ପୋଲିସର ମିଳିତ ସହଯୋଗରେ ପୁରୀ ଅଂଚଳରୁ ଦୁଇଜଣଙ୍କୁ ଗିରଫ କରିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
The post ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ appeared first on .