ମହାନଦୀ ଘାଟରେ ଦୁଇଟି ଘଡ଼ିଆଳ କୁମ୍ଭୀର, ସ୍ଥାନୀୟ ଲୋକେ ଭୟଭୀତ

ଭୁବନେଶ୍ୱର ୨୫।୦୪ : ମହାନଦୀ ଘାଟରେ କୁମ୍ଭୀର ଆତଙ୍କ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ନୂଆପାଟଣା ନଦୀପଠାରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି। ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି। ତେବେ କୁମ୍ଭୀର ଉପରେ ବନ ବିଭାଗ କଡ଼ା ନଜର ରଖିଛି। କେହି ନଦୀକୁ ମାଛ ମାରିବା ଏବଂ ଗାଧୋଇବାକୁ ନଯିବାକୁ ଆଠଗଡ଼ ACF କହିଛନ୍ତି। ଏହାସହ ନଦୀରେ ଜାଲ ପକାଇବାକୁ ବାରଣ କରିଛନ୍ତି। ନଦୀପଠାରେ କୁମ୍ଭୀର ବୁଲୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। 

ମହାନଦୀ ଘାଟରେ ଦୁଇଟି ଘଡ଼ିଆଳ କୁମ୍ଭୀର, ସ୍ଥାନୀୟ ଲୋକେ ଭୟଭୀତ

ଭୁବନେଶ୍ୱର ୨୫।୦୪ : ମହାନଦୀ ଘାଟରେ କୁମ୍ଭୀର ଆତଙ୍କ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ନୂଆପାଟଣା ନଦୀପଠାରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି। ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି। 

ତେବେ କୁମ୍ଭୀର ଉପରେ ବନ ବିଭାଗ କଡ଼ା ନଜର ରଖିଛି। କେହି ନଦୀକୁ ମାଛ ମାରିବା ଏବଂ ଗାଧୋଇବାକୁ ନଯିବାକୁ ଆଠଗଡ଼ ACF କହିଛନ୍ତି। ଏହାସହ ନଦୀରେ ଜାଲ ପକାଇବାକୁ ବାରଣ କରିଛନ୍ତି। ନଦୀପଠାରେ କୁମ୍ଭୀର ବୁଲୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।