ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ସାରେ ପଞ୍ଚାନନଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ବାଇବାଲିର ଉଦୟ ନାଇକ ଓ ପଞ୍ଚାନନ ମଧ୍ୟରେ ପୂର୍ବରୁ ଉଦୟ ରହୁଥିବା ଘରକୁ ନେଇ ବିବାଦ ଥିଲା। ଗତକାଲି ପଞ୍ଚାନନ ଉଦୟଙ୍କ ଘରକୁ ବନ୍ଧୁକ ଧରି ଯାଇ ତାକୁ ଏବଂ […] The post ବନ୍ଧୁକ ସହ ଅଭିଯୁକ୍ତ ଗିରଫ appeared first on Dharitri Odia News.

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ସାରେ ପଞ୍ଚାନନଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ବାଇବାଲିର ଉଦୟ ନାଇକ ଓ ପଞ୍ଚାନନ ମଧ୍ୟରେ ପୂର୍ବରୁ ଉଦୟ ରହୁଥିବା ଘରକୁ ନେଇ ବିବାଦ ଥିଲା। ଗତକାଲି ପଞ୍ଚାନନ ଉଦୟଙ୍କ ଘରକୁ ବନ୍ଧୁକ ଧରି ଯାଇ ତାକୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା ଧମକ ଦେଇଥିଲେ। ଏଥିସହ ଘରୁ ବାହାରି ଯିବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଉଦୟ ପରିବାର ଆତଙ୍କିତ ଅବସ୍ଥାରେ ଥିଲେ। ଏହାପରେ ଗତକାଲି ରାତିରେ ଉଦୟ ଭଞ୍ଜନଗର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ୩୮୫/୨୫ରେ ଏକ ମାମଲା ରୁଜୁ କରି ରବିବାର ଅଭିଯୁକ୍ତ ପଞ୍ଚାନନଙ୍କୁ ଗିରଫ କରିଛି।

The post ବନ୍ଧୁକ ସହ ଅଭିଯୁକ୍ତ ଗିରଫ appeared first on Dharitri Odia News.