ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନି, ବନ୍ଧୁକ ଏବେ ଖାଲି ହୋଇନାହିଁ : କେ.ଭି.
ଭୁବନେଶ୍ବର ୧୧।୩: ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟାରଖିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି, ଆମେ ଗୋଟିଏ ଶୃଙ୍ଖଳିତ ଦଳର କାର୍ଯ୍ୟକର୍ତ୍ତା ବା ସୈନ୍ୟ । ଦଳର ସୈନ୍ୟ ବା ଦେଶର ସୈନ୍ୟ, ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ହୁଏ ତାକୁ ଗ୍ରହଣ କରେ । ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନି । ବନ୍ଧୁକ ଏବେ ଖାଲି ହୋଇନାହିଁ କେ.ଭି. କହିଛନ୍ତି । ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ଅଛି । ଆମର ବି ନଜର ଅଛି । ଯେଉଁ ବାବଦରେ ସୂଚନା ନାହିଁ, ସେ ବିଷୟରେ କ’ଣ କହିବୁ । ଯେପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ନଆସିଛି, ତା ଉପରେ କିଛି କହିବା ଉଚିତ ହେବନାହିଁ । ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ହେଉ, ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ବିଜେଡ଼ି ଆଞ୍ଚଳିକ ଦଳ, ତେଣୁ ତାଙ୍କର ଓଡ଼ିଶାର ନିଷ୍ପତ୍ତି ହେବ ଏବଂ ବିଜେପିର ଦିଲ୍ଲୀର ନିଷ୍ପତ୍ତି ହେବ । କୌଣସି ପ୍ରକାର ଦ୍ଵନ୍ଦ କାହା ମନ ଭିତରେ ରହିବା ଉଚିତ ନୁହେଁ । ଦଳର ରାଜ୍ୟ ସଭାପତି ଦିଲ୍ଲୀ ଯିବା ପୂର୍ବରୁ ସ୍ପଷ୍ଟ ଭାବେ କହିଛନ୍ତି । ରାଜ୍ୟ ଏବଂ ଦଳର ସ୍ବାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ହେବା ଯୋଗୁଁ ଦଳୀୟ ନେତାମାନେ ଯାଇଛନ୍ତି । ରାଜ୍ୟ ନେତୃତ୍ବ ଦିଲ୍ଲୀରେ ଅଛନ୍ତି, ସେମାନେ ଫେରିଲେ ଯାହା କହିବେ ।