ବନ୍ୟ ପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଚାଷୀ, ଶୀତଳ ଭଣ୍ଡାରରେ ବନ ବିଭାଗ
ସମ୍ବଲପୁର:ସୁରକ୍ଷିତ ନୁହେଁ ଆଉ ଚାଷୀଙ୍କ ଅମଳକ୍ଷମ ଫସଲ।ବନ ବିଭାଗର ନିରୁପାୟକୁ ସହିବି ପାରୁନି ଚାଷୀ। ସରକାର ସବୁ ଜାଣିବି ନିରବଦ୍ରଷ୍ଟା ସାଜିବାରୁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା। ବାସ୍ତବତାର ଏଭଳି ଦୃଶ୍ୟ ବିରଳ ହେଲେ ମଧ୍ୟ ଦିନକୁ ଦିନ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ବଢୁଛି ବନ୍ୟ ପ୍ରାଣୀଙ୍କ ମାନଙ୍କ ବିତ୍ପାତ। ଜଙ୍ଗଲ ଛାଡି ବନ୍ୟ ପ୍ରାଣୀ ଏବେ ଗାଁ ମୁହାଁ ହେବାରୁ ଚାଷୀ ମହଲରେ ଖେଳି ଯାଇଛି। ଖଳାରେ ପଶି ହାତୀ ଧାନ ଖାଇବା ଘଟଣା ନୁଆଁ ହୋଇନଥିଲେ […] The post ବନ୍ୟ ପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଚାଷୀ, ଶୀତଳ ଭଣ୍ଡାରରେ ବନ ବିଭାଗ appeared first on Odisha.News.

ସମ୍ବଲପୁର:ସୁରକ୍ଷିତ ନୁହେଁ ଆଉ ଚାଷୀଙ୍କ ଅମଳକ୍ଷମ ଫସଲ।ବନ ବିଭାଗର ନିରୁପାୟକୁ ସହିବି ପାରୁନି ଚାଷୀ। ସରକାର ସବୁ ଜାଣିବି ନିରବଦ୍ରଷ୍ଟା ସାଜିବାରୁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା। ବାସ୍ତବତାର ଏଭଳି ଦୃଶ୍ୟ ବିରଳ ହେଲେ ମଧ୍ୟ ଦିନକୁ ଦିନ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ବଢୁଛି ବନ୍ୟ ପ୍ରାଣୀଙ୍କ ମାନଙ୍କ ବିତ୍ପାତ। ଜଙ୍ଗଲ ଛାଡି ବନ୍ୟ ପ୍ରାଣୀ ଏବେ ଗାଁ ମୁହାଁ ହେବାରୁ ଚାଷୀ ମହଲରେ ଖେଳି ଯାଇଛି।
ଖଳାରେ ପଶି ହାତୀ ଧାନ ଖାଇବା ଘଟଣା ନୁଆଁ ହୋଇନଥିଲେ ମଧ୍ୟ୍ୟ ଏପରି ଘଟଣାକୁ ନେଇ ସରକାର ତତ୍ପରତା ପ୍ରକାଶ କରୁନଥିବାରୁ ବିଭାଗୀୟ ହୁଗୁଳା ଶାସନ ବ୍ୟବସ୍ଥା ଚାଷୀଙ୍କୁ ତଳି ତଳାନ୍ତ କଲାଣି। ସେହିପରି ଏକ ସଦ୍ୟ ଘଟଣା ଡ଼ଙ୍ଗରପଡା ଗାଁ ମଝିରେ ଥିବା ଏକା ଖଳା ଭିତରେ ପଶି ହାତୀ ଧାନ ଖାଉଛି। ଏହା ଗତ ରାତିର ଘଟଣା ।ନିରାକାର ବଡ଼ପଣ୍ଡାଙ୍କ ଡ଼ଙ୍ଗରପଡା ଗାଁ ମଝିରେ ଥିବା ଧାନ ଖଳାରେ ହାତୀ ପଶି ଧାନ ଖାଇ ଦେଇଛି।ବନ ବିଭାଗ ଖବର ପାଇଁ ହାତୀ ଘଉଡ଼ାଇବାକୁ ଆସିଥିଲେବି ତାଙ୍କ ପାଖରେ ବାଣ କିମ୍ବା କୌଣସି ହାତୀ ଘଉଡ଼ାଇବା ସାମଗ୍ରୀ ନଥିଲା। ଫଳରେ ହାତୀ ମନ ଇଛା ଧାନ ଖାଇ ପୁଣି ଜଙ୍ଗଳକୁ ଫେରିଯାଇଥିଲା।
ଏପରି ଘଟଣା ବାରମ୍ବାର ଘଟୁଥିଲେବି ନିରୁପାୟ ଚାଷୀ ମେରୁଦଣ୍ଡକୁ ସଳଖ କରିବାକୁ ଆଉ ବାଟ ପାଉନି।
The post ବନ୍ୟ ପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଚାଷୀ, ଶୀତଳ ଭଣ୍ଡାରରେ ବନ ବିଭାଗ appeared first on Odisha.News.