ବନ୍ୟଜନ୍ତୁ ଅଂଶବିଶେଷ ବିକ୍ରି ସମୟରେ ମାଡିବସିଲା ବନବିଭାଗ, ୨ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଅନ୍ତର୍ଗତ ବିଧିବାସ ଛକ ନିକଟରେ ଦୁଇ ଯୁବକ ବନ୍ୟଜନ୍ତୁ ଅଂଶବିଶେଷ ବିକ୍ରି ପାଇଁ ମସୁଧା କରୁଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ ଗିରଫ କରିଛନ୍ତି । ଯଶିପୁରସ୍ଥିତ ଶିମିଳିପାଳ ବନ୍ୟଜନ୍ତୁ ବନଖଣ୍ଡ କାର୍ଯ୍ୟାଳୟର କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ବିଧିବାସ ଛକ ନିକଟରେ ଛକିଥିଲେ । ଶନିବାର ସନ୍ଧ୍ୟା ୬ଟା ସମୟରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗ୍ରାମର ପ୍ରତାପ ମଣ୍ଡଳ(୧୯) ଏବଂ […]

ବନ୍ୟଜନ୍ତୁ ଅଂଶବିଶେଷ ବିକ୍ରି ସମୟରେ ମାଡିବସିଲା ବନବିଭାଗ, ୨ ଗିରଫ
2 arrested for sale of wildlife parts

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଅନ୍ତର୍ଗତ ବିଧିବାସ ଛକ ନିକଟରେ ଦୁଇ ଯୁବକ ବନ୍ୟଜନ୍ତୁ ଅଂଶବିଶେଷ ବିକ୍ରି ପାଇଁ ମସୁଧା କରୁଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ ଗିରଫ କରିଛନ୍ତି । ଯଶିପୁରସ୍ଥିତ ଶିମିଳିପାଳ ବନ୍ୟଜନ୍ତୁ ବନଖଣ୍ଡ କାର୍ଯ୍ୟାଳୟର କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ବିଧିବାସ ଛକ ନିକଟରେ ଛକିଥିଲେ ।

ଶନିବାର ସନ୍ଧ୍ୟା ୬ଟା ସମୟରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗ୍ରାମର ପ୍ରତାପ ମଣ୍ଡଳ(୧୯) ଏବଂ କରଞ୍ଜିଆ ନୂଆସାହିର ଅଙ୍କିତ ଦେହୁରୀ(୧୯) ଏକ ଜରି ବେଗରେ ହାତୀଦାନ୍ତର ଅଗ୍ରଭାଗ(୪୦ଗ୍ରାମ), ଚିତାବାଘ ଚମଡା ଖଣ୍ଡ(୬ସେ.ମି୍ଠ୪ ସେ.ମି), ଭାଲୁ ନଖ(୧ ଗୋଟା) ଏବଂ ସମ୍ବର ସିଂଘ ଟୁକଡା(୨) ନେଇ ବିକ୍ରି ପାଇଁ ମସୁଧା କରିବାବେଳେ ଏସଟିଆର କର୍ମଚାରୀ ତାଙ୍କ ଉପରେ ମାଡିବସିଥିଲେ । ଚଢ଼ାଉ ସମୟରେ କରଞ୍ଜିଆ ସହକାରୀ ବନ ସଂରକ୍ଷକ ଫାଲଗୁନି ବେହେରା ଏବଂ ଦୁଧିଆଣି ବନାଞ୍ଚଳ ଟାଇଁସିରା ବିଟର ବନରକ୍ଷୀ ମନୋଜ କୁମାର ମହାନ୍ତ ସାମିଲ ଥିଲେ । ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚୁରା ଓ ଡାକ୍ତରୀ ପରୀକ୍ଷା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।