ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି

କେନ୍ଦ୍ରାପଡ଼ା, ୪ା୨(ଜଗନ୍ନାଥ ଧଳ)ଆସନ୍ତା ଖରାଦିନକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ପ୍ରତିହତ ପାଇଁ ଗୁପ୍ତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୪ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକାର ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ ସମୟରେ ନିଆଁହୁଳା ପାଇଁ ବ୍ୟବହାର ହେଉଥିବା ଅଖା, ଦିଆସିଲି ଆଦି ଦେଖିବାକୁ ମିଳୁଛି। ମହୁ ବେପାରୀ […] The post ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି appeared first on Dharitri Odia News.

ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି

କେନ୍ଦ୍ରାପଡ଼ା, ୪ା୨(ଜଗନ୍ନାଥ ଧଳ)ଆସନ୍ତା ଖରାଦିନକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ପ୍ରତିହତ ପାଇଁ ଗୁପ୍ତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୪ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକାର ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ ସମୟରେ ନିଆଁହୁଳା ପାଇଁ ବ୍ୟବହାର ହେଉଥିବା ଅଖା, ଦିଆସିଲି ଆଦି ଦେଖିବାକୁ ମିଳୁଛି। ମହୁ ବେପାରୀ ଭିତରକନିକା ଜଙ୍ଗଲରେ ଏପରି କାର୍ଯ୍ୟ କରୁଥିବା ଅନୁସନ୍ଧାନରୁ ସୂଚନା ମିଳୁଛି। ନିଆଁହୁଳା ମହୁ ଆମଦାନୀ ପାଇଁ ବ୍ୟବହାର ହେଉଥିବା କେତେଜଣ ପରିବେଶବିତ୍‌ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୬୭୨ ବର୍ଗ କିଲୋମିଟର ଅଞ୍ଚଳ ଉପରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଜୈବ ବିବିଧତା ଏହାର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ୧୪୫ ବର୍ଗ କିଲୋମିଟର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି। ଏହି ଅଞ୍ଚଳକୁ ସାଧାରଣ ଯାତାୟାତ ନିଷିଦ୍ଧ ହୋଇଥିବାରୁ ପ୍ରାକୃତିକ ବିଭବରେ ଭରିରହିଛି। ବର୍ଷକୁ ଏଠାରୁ ୪୮୦ କୁଇଣ୍ଟାଲରୁ ଅଧିକ ମହୁ ସଂଗ୍ରହ ହୋଇଥିବା ରେକର୍ଡ ରହିଛି। ଏହି ମହୁ ଏବେ ଜଙ୍ଗଲ ନଷ୍ଟର ଅନ୍ୟତମ କାରଣ ସାଜିଛି। ସ୍ଥାନୀୟ ଅଧିବାସୀ କଟକଣା ନ ମାନି ଜଙ୍ଗଲ ମଧ୍ୟରୁ ମହୁ ସଂଗ୍ରହ କରୁଛନ୍ତି। ମହୁ ସଂଗ୍ରହ ସମୟରେ ନିଆଁହୁଳାର ବ୍ୟବହାର ହେଉଛି। ହୁଳା ଧୂଅଁାରେ ମହୁମାଛି ବାସସ୍ଥାନ ଛାଡ଼ି ପଳାଉଥିବା ବେଳେ ବସାକୁ ଭାଙ୍ଗି ମହୁ ସଂଗ୍ରହ କରୁଛନ୍ତି। ବନ ବିଭାଗ ଅଜାଣତରେ ଚାଲୁଥିବା ଏହି କାର୍ଯ୍ୟ ବନାଞ୍ଚଳ ତିଷ୍ଠିବାରେ ବିପଦ ସୃଷ୍ଟି କରିଛି। ନିଆଁହୁଳାକୁ ପରିତ୍ୟକ୍ତ ଭାବି ଛାଡ଼ି ପଳାଇ ଆସୁଥିବା ବେଳେ ଏଥିରେ ଥିବା ସ୍ବଳ୍ପ ନିଆଁ କୁହୁଳି ଜଙ୍ଗଲ ନଷ୍ଟ କରୁଛି। ବିଶେଷକରି ଏପ୍ରିଲ ଓ ମେ’ରେ ସ୍ଥାନୀୟ ଜଙ୍ଗଲରୁ ମହୁ ସଂଗ୍ରହ ହେଉଛି। ୨୦୧୮, ଏପ୍ରିଲ ମାସରେ ଏପରି ଏକ ଘଟଣାରେ ବରୁଣେଇ ଜଙ୍ଗଲର ୪ ଏକର ବନାଞ୍ଚଳ ପୋଡ଼ିଯାଇଥିବା ଅନୁସନ୍ଧାନ ସମୟରେ ଜଣାପଡ଼ିଛି। ଏହି ଅଞ୍ଚଳ ମାନବଶୂନ୍ୟ ହୋଇଥିଲେ ମଧ୍ୟ ଅନୁସନ୍ଧାନ ସମୟରେ ଦିଆସିଲି ଖୋଳ ଓ ଅଖା ପଡ଼ିଥିବା ଦେଖାଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୁଇଟି ଅଗ୍ନିକାଣ୍ଡ ମହୁ ସଂଗ୍ରହ ପାଇଁ ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରିଥିଲେ। ନିଆଁହୁଳା ଲଗାଇ ମହୁ ସଂଗ୍ରହ ଦ୍ୱାରା ଏଥିରେ ମହୁମାଛିଙ୍କ ସଂଖ୍ୟା କମୁଛି। ମହୁମାଛିଙ୍କ ସୁରକ୍ଷା ଓ ମହୁ ସଂଗ୍ରହ ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ପକ୍ଷରୁ ତାଲିମ ଦେବା ବ୍ୟବସ୍ଥା ହେବା ଆବଶ୍ୟକ। ଏହାଦ୍ୱାରା ଭିତରକନିକାର ଜଙ୍ଗଲୀ ମହୁ ବଜାରରେ ସୁଲଭ ମୂଲ୍ୟରେ ମିଳିପାରିବ। ବନ ବିଭାଗ ମଧ୍ୟ ଏଥିରୁ ଭଲ ରାଜସ୍ବ ଆଦାୟ କରିପାରିବ। ପ୍ରାୟ ୫ ହଜାର ସ୍ଥାନୀୟ ଅଧିବାସୀ ଏଥିରେ ଆତ୍ମନିର୍ଭର ହୋଇପାରିବେ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ନିଷିଦ୍ଧାଞ୍ଚଳରେ ମହୁ ସଂଗ୍ରହ ପାଇଁ ଅଦ୍ୟାବଧି କାହାରିକୁ ଅନୁମତି ଦିଆଯାଇନାହିଁ। ମହୁ ସଂଗ୍ରହ ପାଇଁ ତାଲିମ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

The post ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି appeared first on Dharitri Odia News.