ବବି ଫଶିଲେ, ଜିତୁ ବି ଫଶିବେ !
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି। ଧର୍ମଶାଳା ଭବନରେ ଥିବା ଏହି ଢାବାକୁ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍ରେ ଦିଆଯାଇଥିଲା। ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ବିଜେଡି ଶାସନ କାଳରେ ଏଭଳି ଭାବେ ଚାଲିଥିଲା କ୍ଷମତାର ଅପବ୍ୟବହାର।