ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମଙ୍ଗଳବାର ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କ୍ରମାଗତ ଦ୍ବିତୀୟଥର ବିଜୟ ଲାଭ କରି ଆସିଥିବା ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦଳ ପୁଣି ସୁଯୋଗ ଦେଇଛି । ଅନ୍ୟପକ୍ଷରେ ବିଗତ ସାଧାରଣ ନିର୍ବାଚନରେ କ୍ରମାଗତ ଭାବେ […] The post ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ appeared first on Dharitri Odia News.

ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମଙ୍ଗଳବାର ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

କ୍ରମାଗତ ଦ୍ବିତୀୟଥର ବିଜୟ ଲାଭ କରି ଆସିଥିବା ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦଳ ପୁଣି ସୁଯୋଗ ଦେଇଛି । ଅନ୍ୟପକ୍ଷରେ ବିଗତ ସାଧାରଣ ନିର୍ବାଚନରେ କ୍ରମାଗତ ଭାବେ ଦଳୀୟ ଟିକେଟ ପାଇ ଆସିଥିବା ସତ୍ତ୍ୱେ ବିଜୟ ଲାଭ କରିପାରି ନ ଥିବା ଅଶ୍ୱିନୀ ଷଡଙ୍ଗୀଙ୍କୁ ଭାଜପା ପୁଣି ଥରେ ସୁଯୋଗ ଦେଇଛି ।

ସେହିପରି ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ଫଳାଫଳରେ ତୃତୀୟ ସ୍ଥାନରେ ରହିଥିବା ନିପନ ଦାଶଙ୍କ ଉପରେ ଦଳ ପୁଣି ଭରସା ରଖି ଆଉଥରେ ସୁଯୋଗ ଦେଇଛି। ଏଭଳି ସ୍ଥିତିରେ ଏଠାରେ ସବୁଦଳ ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀଙ୍କୁ ଦୋହରାଇ ଥିବା ବେଳେ ଏଥର କାହା ପ୍ରତି ଭୋଟର୍‌ ଅଧିକ ଭରସା ରଖୁଛନ୍ତି, ଫଳାଫଳ ପରେ ତାହା ସ୍ପଷ୍ଟ ହୋଇଯିବ।

The post ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ appeared first on Dharitri Odia News.