ବରଗଡ଼:ବିପର୍ଯ୍ୟୟ ପରିସ୍ଥିର ମୁକାବିଲା ପାଇଁ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାରୀ କଲେ ଶପଥ ପାଠ

ସମ୍ବଲପୁର:ବରଗଡ଼ ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଛି । ଏହି ଅବସରରେ ଜରୁରୀକାଳିନ ପରିସ୍ଥିର ଉପଯୁକ୍ତ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରୁ ଭଟଲି ଛକ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଗଣଦୌଡ ଆୟୋଜିତ ହୋଇଥିଲା । ଉକ୍ତ ଗଣ ଦୌଡରେ ସଦର ମହକୁମାର ଶତାଧିକ ଯୁବକ ଯୁବତୀ, ଛାତ୍ରଛାତ୍ରୀ, ଏବଂ କ୍ରୀଡାବିତ […] The post ବରଗଡ଼:ବିପର୍ଯ୍ୟୟ ପରିସ୍ଥିର ମୁକାବିଲା ପାଇଁ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାରୀ କଲେ ଶପଥ ପାଠ appeared first on Odisha.News.

ବରଗଡ଼:ବିପର୍ଯ୍ୟୟ  ପରିସ୍ଥିର ମୁକାବିଲା ପାଇଁ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାରୀ କଲେ ଶପଥ ପାଠ

ସମ୍ବଲପୁର:ବରଗଡ଼ ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଛି । ଏହି ଅବସରରେ ଜରୁରୀକାଳିନ ପରିସ୍ଥିର ଉପଯୁକ୍ତ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରୁ ଭଟଲି ଛକ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଗଣଦୌଡ ଆୟୋଜିତ ହୋଇଥିଲା । ଉକ୍ତ ଗଣ ଦୌଡରେ ସଦର ମହକୁମାର ଶତାଧିକ ଯୁବକ ଯୁବତୀ, ଛାତ୍ରଛାତ୍ରୀ, ଏବଂ କ୍ରୀଡାବିତ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ ।
ଏହାପରେ ସ୍ଥାନୀୟ ଟାଉନ ହଲ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଭାରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଦିବସର ମହତ୍ଵ ବୁଜାଇବା ସହ ଜିଲ୍ଲାରେ ଅପତକାଳୀନ ପରିସ୍ତିରେ ମୁକାବିଲା ପାଇଁ ସମସ୍ତ ନାଗରିକ ପ୍ରଶଶନକୁ ସହଯୋଗ କରିବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଇଥିଲେ ।
ଦିବସର ମହତ୍ଵକୁ ପ୍ରଚାର ପ୍ରସାର କରିବା ପାଇଁ ଜିଲ୍ଲା ପ୍ରସାଶନ ଦ୍ଵାରା ବିଦ୍ୟଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଡିବେଟ ଭଳି ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ଏବଂ ଜରୁରୀକାଳିନ ପରିସ୍ଥିର ଉପଯୁକ୍ତ ମୁକାବିଲା ପାଇଁ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ଅଧିକାରୀ ଶପଥ ପାଠ କରିଥିଲେ । ଏହାପରେ ବରଗଡ ଜିଲ୍ଲାରେ ବିଗତ ଦିନରେ ଜରୁରୀକାଳିନ ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିଥିବା ବିଭାଗୀୟ ଅଧିକାରୀଙ୍କ ସଫଳ କାହାଣୀ ଦୃଶ୍ୟଶ୍ରାବ୍ୟ ଜନ୍ତ୍ର ଯୋଗେ ପ୍ରଦର୍ଶିତ ହୋଇଥିଲା । ସାଧାରଣ ସଭା ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଜରୁରୀକାଳିନ ପରିସ୍ଥି ସମୟରେ କିଭଳି ନିଜ ସୁରକ୍ଷା କରିହୁଏ ତାହା ମୋକଡ୍ରିଲ ମଧ୍ୟମରେ ପ୍ରଦର୍ଶିତ କରିଥିଲେ ।
ଜିଲ୍ଲା ପ୍ରସାଶନ ଅନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସାମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଅଗ୍ନିଶମ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ, ଡେପୁଟି କଲେକ୍ଟର ଶ୍ରୀ ଅଭିଲାଷ ପୁରହିତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

The post ବରଗଡ଼:ବିପର୍ଯ୍ୟୟ ପରିସ୍ଥିର ମୁକାବିଲା ପାଇଁ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାରୀ କଲେ ଶପଥ ପାଠ appeared first on Odisha.News.