ବରଗଡ଼ରେ ସାଧାରଣ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗପତ୍ର ଗ୍ରହଣ କଲେ, ଆଶ୍ୱାସନା ଦେଲେ
ଭୁବନେଶ୍ୱର,୧୮।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ବରଗଡ଼ରେ ପିଏମ୍ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବାପରେ ବରଗଡ଼ ସର୍କିଟ ହାଉସରେ ସାଧାରଣ ଲୋକଙ୍କ ସହିତ ମିଶିଛନ୍ତି। ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ଏପରିକି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମାଧାନ ନେଇ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଜିଲାରେ ଲୋକଙ୍କ ଭିତରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ […] The post ବରଗଡ଼ରେ ସାଧାରଣ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗପତ୍ର ଗ୍ରହଣ କଲେ, ଆଶ୍ୱାସନା ଦେଲେ appeared first on Dharitri Odia News.
ଭୁବନେଶ୍ୱର,୧୮।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ବରଗଡ଼ରେ ପିଏମ୍ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବାପରେ ବରଗଡ଼ ସର୍କିଟ ହାଉସରେ ସାଧାରଣ ଲୋକଙ୍କ ସହିତ ମିଶିଛନ୍ତି। ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ଏପରିକି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମାଧାନ ନେଇ ଆଶ୍ୱାସନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଜିଲାରେ ଲୋକଙ୍କ ଭିତରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ସଭାରେ ଲୋକଙ୍କ ସରକାର ଲୋକଙ୍କୁ ଭେଟିବେ, ଲୋକଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ବହୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ।
The post ବରଗଡ଼ରେ ସାଧାରଣ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗପତ୍ର ଗ୍ରହଣ କଲେ, ଆଶ୍ୱାସନା ଦେଲେ appeared first on Dharitri Odia News.