ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର
ଉମରିୟା,୯।୪: ହେଲିକପ୍ଟର ଇନ୍ଧନ ସରିଯିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା। ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ। ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ ରାସ୍ତାରେ ଶାହଦୋଲରୁ ଉମରିୟା ଯାଇଥିଲେ। ରାସ୍ତାରେ ମାହୁଆ ଉଠାଉଥିବା ମହିଳାଙ୍କ ସହ ସେ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ କଂଗ୍ରେସକୁ ଭୋଟ ଦେବାକୁ ମହିଳାମାନଙ୍କୁ ମଧ୍ୟ ନିବେଦନ କରିଥିଲେ। ରାହୁଲ […] The post ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର appeared first on Dharitri Odia News.
ଉମରିୟା,୯।୪: ହେଲିକପ୍ଟର ଇନ୍ଧନ ସରିଯିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା। ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ। ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ ରାସ୍ତାରେ ଶାହଦୋଲରୁ ଉମରିୟା ଯାଇଥିଲେ। ରାସ୍ତାରେ ମାହୁଆ ଉଠାଉଥିବା ମହିଳାଙ୍କ ସହ ସେ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ କଂଗ୍ରେସକୁ ଭୋଟ ଦେବାକୁ ମହିଳାମାନଙ୍କୁ ମଧ୍ୟ ନିବେଦନ କରିଥିଲେ।
ରାହୁଲ ଶାହଦୋଲର ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିଲେ। ରାତିରେ ସେ ହୋଟେଲ ଛାଡି ଉମରିଆ ଜିଲାର ପାଲି ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ମଦାରୀ ଢାବାରେ ରାତ୍ରୀ ଭୋଜନ କରିଥିଲେ। ଏହି ଅଞ୍ଚଳ ବାନ୍ଧବଗଡ ଟାଇଗର ରିଜର୍ଭ ସହିତ ଲାଗି ରହିଛି। ଏଠାରେ ବାରମ୍ବାର ବାଘମାନେ ଯାତାୟତ କରିଥାଆନ୍ତି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ଜିତୁ ପାଟୱାରୀ ଏବଂ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଉମାଙ୍ଗ ସିଙ୍ଗର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
The post ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର appeared first on Dharitri Odia News.