ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧାହେଲେ ସିମେଣ୍ଟ କଂପାନୀ ଅଧିକାରୀ

ରାମଭବ୍‌ ଗଟ୍ଟୁ ଜିଲ୍ଲାପାଳଙ୍କ ଅଫିସକୁ ଆସି ଫୁଲ ତୋଡ଼ା ସହ ମିଠା ପ୍ୟାକେଟ୍‌ ଦେଇଥିଲେ।

ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧାହେଲେ ସିମେଣ୍ଟ କଂପାନୀ ଅଧିକାରୀ

ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହୋଇଛନ୍ତି ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ଚିଫ୍ ମାନୁଫ୍ୟାକ୍ଚରିଂ ଅଫିସର (ସିଏମ୍‌ଓ) ରାମଭବ ଗଟ୍ଟୁ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାମଭବ ଗଟ୍ଟୁ ଆଜି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ଭେଟିବାକୁ ଆସିଥିଲେ। ସେହି ସମୟରେ ସେ ଜିଲ୍ଲାପାଳଙ୍କୁ ଏକ ଫୁଲତୋଡ଼ା ସହିତ ଏକ ମିଠା ପ୍ୟାକେଟ୍ ଜିଲ୍ଲାପାଳଙ୍କୁ ଦେଇଥିଲେ। ମିଠା ପ୍ୟାକେଟ୍‌କୁ ଦେଖି ଜିଲ୍ଲାପାଳଙ୍କର ସନ୍ଦେହ ହୋଇଥିଲା। ମିଠା ପ୍ୟାକେଟ ଖୋଲିବାକୁ ଜିଲ୍ଲାପାଳ ତାଙ୍କ ପିଅନଙ୍କୁ କହିଥିଲେ। ମିଠା ପ୍ୟାକେଟ୍ ଭିତରେ ୪ଟି ୫୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ଥିଲା। ତେଣୁ ରାମଭବ ଗଟ୍ଟୁଙ୍କୁ ଅଟକ ରଖି ଜିଲ୍ଲାପାଳ ଭିଜିଲାନ୍ସକୁ ଖବର ଦେଇଥିଲା। 

ଭିଜିଲାନ୍ସ ଟିମ୍ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ମିଠା ପ୍ୟାକେଟ୍‌ଟିକୁ ଜବତ କରିଥିଲା। ତା’ ଭିତରେ ମୋଟ ୨ ଲକ୍ଷ ଟଙ୍କା ଥିଲା। ଭିଜିଲାନ୍ସ ଏହି ଘଟଣାରେ ମାମଲା ରୁଜୁ କରିବା ସହିତ ରାମଭବ ଗଟ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।