ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା

ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ହେଲେ ଏଯାଏ ଚିତ୍ର ସ୍ପଷ୍ଟ ହୋଇନି। କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ଦୁଇ ଦଳର ଆଶାୟୀ ପ୍ରାର୍ଥୀ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ ପଟେ ଭାଜପା ପାର୍ଟି ଅଫିସରେ ଘନ ଘନ ବୈଠକ ହେଉଥିବାବେଳେ ମେଣ୍ଟକୁ ନେଇ ବିଜେଡି ଚୁପ୍‌ ରହୁଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ […] The post ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା appeared first on Dharitri Odia News.

ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା

ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ହେଲେ ଏଯାଏ ଚିତ୍ର ସ୍ପଷ୍ଟ ହୋଇନି। କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ଦୁଇ ଦଳର ଆଶାୟୀ ପ୍ରାର୍ଥୀ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ ପଟେ ଭାଜପା ପାର୍ଟି ଅଫିସରେ ଘନ ଘନ ବୈଠକ ହେଉଥିବାବେଳେ ମେଣ୍ଟକୁ ନେଇ ବିଜେଡି ଚୁପ୍‌ ରହୁଛି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ଭାଜପା। ଶନିବାର ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ କମିଟି ବୈଠକରେ ଭାଜପା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ। ତେବେ ମୋହର ବାଜିବା ପରେ ରାଜ୍ୟ ଭାଜପା ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ।

The post ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା appeared first on Dharitri Odia News.