ବରଙ୍କୁ ବନ୍ଧକ ରଖିଲେ କନ୍ୟା ପକ୍ଷ
ଅମେଠି,୪।୧୨ (ପି.ଟି.):ଉତ୍ତର ପ୍ରଦେଶର ଅମେଠିରୁ ଏକ ଅଜବ ବିବାହ ମାମଲା ସାମ୍ନାକୁ ଆସିଛି। ବିବାହ କରିବା ପାଇଁ ବିଳମ୍ବରେ ପହଞ୍ଚିବାରୁ ଜଣେ ବରଙ୍କୁ କନ୍ୟାପକ୍ଷ ବନ୍ଧକ ରଖିଛନ୍ତି। ଘଟଣା ହେଉଛି ଅମେଠିର ଶୁକୁଲ୍ ବଜାର ଥାନା ଖୋଦବ୍୍ ଗ୍ରାମର। ଅଯୋଧ୍ୟାର ଉସ୍ହରନ ନିବାସୀ ସୋହନ ଲାଲ ନାମକ ଜଣେ ଯୁବକ ସୋମବାର ରାତିରେ ବରଯାତ୍ରୀ ଧରି ନିଜ ବିବାହ ସ୍ଥଳରେ ପହଞ୍ଚିବାର ଥିଲା। ତେବେ କୌଣସି କାରଣବଶତଃ ବରଯାତ୍ରୀ ଆସି ନ ଥିଲା। କନ୍ୟାପକ୍ଷ ସୋହନଙ୍କୁ କଲ୍ […] The post ବରଙ୍କୁ ବନ୍ଧକ ରଖିଲେ କନ୍ୟା ପକ୍ଷ appeared first on Dharitri Odia News.
ଅମେଠି,୪।୧୨ (ପି.ଟି.):ଉତ୍ତର ପ୍ରଦେଶର ଅମେଠିରୁ ଏକ ଅଜବ ବିବାହ ମାମଲା ସାମ୍ନାକୁ ଆସିଛି। ବିବାହ କରିବା ପାଇଁ ବିଳମ୍ବରେ ପହଞ୍ଚିବାରୁ ଜଣେ ବରଙ୍କୁ କନ୍ୟାପକ୍ଷ ବନ୍ଧକ ରଖିଛନ୍ତି।
ଘଟଣା ହେଉଛି ଅମେଠିର ଶୁକୁଲ୍ ବଜାର ଥାନା ଖୋଦବ୍୍ ଗ୍ରାମର। ଅଯୋଧ୍ୟାର ଉସ୍ହରନ ନିବାସୀ ସୋହନ ଲାଲ ନାମକ ଜଣେ ଯୁବକ ସୋମବାର ରାତିରେ ବରଯାତ୍ରୀ ଧରି ନିଜ ବିବାହ ସ୍ଥଳରେ ପହଞ୍ଚିବାର ଥିଲା। ତେବେ କୌଣସି କାରଣବଶତଃ ବରଯାତ୍ରୀ ଆସି ନ ଥିଲା। କନ୍ୟାପକ୍ଷ ସୋହନଙ୍କୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କନ୍ୟାପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୋହନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲା। ପୋଲିସ ଓ କନ୍ୟାପକ୍ଷଙ୍କ ଅନୁରୋଧକ୍ରମେ ସୋମବାର ରାତି ସାଢ଼େ ୨ଟାରେ ସୋହନ ବିବାହ ସ୍ଥଳରେ ପହଞ୍ଚିଥିଲେ। ତେବେ ସୋହନ ଆସିବା ପରେ କନ୍ୟାପକ୍ଷ ବିବାହକୁ ରଦ୍ଦ କରିବା ସହ ତାଙ୍କୁ ବନ୍ଧକ କରି ରଖିଥିଲେ। ବିବାହରେ ଯେତେ ଖର୍ଚ୍ଚ ହୋଇଛି ସେ ସମସ୍ତ ଅର୍ଥ ଦେବା ପରେ ଯାଇ ସୋହନଙ୍କୁ ଛଡ଼ାଯିବ ବୋଲି କନ୍ୟାପକ୍ଷ ରୋକଠୋକ ଶୁଣାଇଛନ୍ତି। ତେବେ ଏହି ବିବାହ ତାରିଖ ୧୦ ମାସ ତଳୁ ଠିକ ହୋଇଥିଲା ବୋଲି କନ୍ୟାଙ୍କ ବାପା କହିଛନ୍ତି। ସୋହନ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିବାହ କରିବାକୁ ଆସିବାକୁ ଚାହୁଁ ନ ଥିଲେ ବୋଲି ସେ କହିଛନ୍ତି। ସେହିପରି ଯୌତୁକ ଆକାରରେ ସେ କାର୍ ଏବଂ ମୋଟର ସାଇକେଲ ମାଗୁଥିଲେ, ଯାହା ତାଙ୍କୁ ମିଳି ନ ଥିଲା। ତେଣୁ ସେ କ୍ଷୁବ୍ଧ ହୋଇ ଶେଷ ମୁହୂର୍ତ୍ତରେ ବିବାହ କରିବାକୁ ଅରାଜି ହୋଇଥିଲେ ବୋଲି କନ୍ୟାଙ୍କ ବାପା କହିଛନ୍ତି। ସୋହନଙ୍କ ପରିବାରବର୍ଗ କହିଛନ୍ତି, ବିବାହର ୩ ଦିନ ଆଗରୁ ସୋହନ ନିଖୋଜ ହୋଇଯାଇଥିଲେ। ତାଙ୍କର ଫୋନ୍ ମଧ୍ୟ ବନ୍ଦ ରହିଥିଲା। ତବେ ଘଟଣାକୁ ନେଇ ଏକ ସ୍ଥାନୀୟ ଗଣମାଧ୍ୟମକୁ ସୋହନ କହିଛନ୍ତି, ସେ ନିଖୋଜ ନ ଥିଲେ। ଏକ କାମରେ ଲକ୍ଷ୍ମୌ ଯାଇଥିଲେ। ସେଠାରେ ତାଙ୍କ ଫୋନ୍ ଖରାପ ହୋଇଯାଇଥିଲା। ସେଥିପାଇଁ ସେ ବିବାହ ସ୍ଥଳରେ ବିଳମ୍ବରେ ପହଞ୍ଚିଥିଲେ। କନ୍ୟାପକ୍ଷଙ୍କୁ କୌଣସି ଧୋକା ଦେଇନାହାନ୍ତି ବୋଲି ସୋହନ କହିଛନ୍ତି। ପୋଲିସ ଏହି ମାମଲାରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାଶୁଝା କରିବା ପାଇଁ ପ୍ରୟାସ ଜାରି ରଖିଛି।
The post ବରଙ୍କୁ ବନ୍ଧକ ରଖିଲେ କନ୍ୟା ପକ୍ଷ appeared first on Dharitri Odia News.