ବରିଷ୍ଠ ଆଇନଜିବୀ ରୁଦ୍ର ନାରାୟଣ ମିଶ୍ର ଙ୍କ ପରଲୋକ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୋନପୁର ସହର ଘୋଡାଘାଟପଡା ନିବାସୀ ବରିଷ୍ଠ ଆଇନଜିବୀ ରୁଦ୍ର ନାରାୟଣ ମିଶ୍ର ଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଯାଇଛି। ଗତ ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲ କୁ ସୋମବାର ଦିନ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥା ରେ […] The post ବରିଷ୍ଠ ଆଇନଜିବୀ ରୁଦ୍ର ନାରାୟଣ ମିଶ୍ର ଙ୍କ ପରଲୋକ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୋନପୁର ସହର ଘୋଡାଘାଟପଡା ନିବାସୀ ବରିଷ୍ଠ ଆଇନଜିବୀ ରୁଦ୍ର ନାରାୟଣ ମିଶ୍ର ଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଯାଇଛି। ଗତ ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲ କୁ ସୋମବାର ଦିନ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥା ରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪.୩୦ ରେ ପରଲୋକ ହୋଇଯାଇଛି। ତାଙ୍କ କାର୍ଯ୍ୟକାଳ ସମୟ ରେ ସୋନପୁର ବିନିକା ଓ ତରଭା ଅଞ୍ଚଳରେ ଓକିଲାତିରେ ସେ ବେଶ ସୁନାମ ଅର୍ଜନ କରିଥଲେ। ସେ ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ତଥା ସଚ୍ଚୋଟ ବ୍ୟକ୍ତି ବିଶେଷ ଥିଲେ। ଏହି ଖବର ପ୍ରସାରିତ ହେଲା ପରେ ସୋନପୁର ସହରରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ପାଖରେ ତାଙ୍କର ଦୁଇ ପୁତ୍ର ଉପସ୍ଥିତ ଥିଲେ। ମର ଶରୀର ତାଙ୍କ ବାସଭବନ ରେ ପହଞ୍ଚିବା ପରେ ଆତ୍ମୀୟସଜନ, ଆଇନଜୀବି ତଥା ସହର ର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଗୋକର୍ଣ୍ଣଶ୍ୱର୍ ଶ୍ମଶାନ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ବଡ ପୁଅ ଶୁଭମ ମୁଖାଗ୍ନୀ ଦେଇଥିଲେ।
The post ବରିଷ୍ଠ ଆଇନଜିବୀ ରୁଦ୍ର ନାରାୟଣ ମିଶ୍ର ଙ୍କ ପରଲୋକ appeared first on Odisha.News.