ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ। ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ନୂଆଦିଲ୍ଲୀ ଏମ୍‌ସରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ସୂଚନା ଅନୁଯାୟୀ, ୭୨ ବର୍ଷୀୟ ସିସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଅଗଷ୍ଟ ୧୯ ରେ AIIMS ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ସେବେଠାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୀତାରାମ ୟେଚୁରୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର […]

ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ
CPI(M)-Leader-Sitaram-Yechury

ନୂଆଦିଲ୍ଲୀ: ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ। ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ନୂଆଦିଲ୍ଲୀ ଏମ୍‌ସରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

ସୂଚନା ଅନୁଯାୟୀ, ୭୨ ବର୍ଷୀୟ ସିସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଅଗଷ୍ଟ ୧୯ ରେ AIIMS ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ସେବେଠାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା।

ସୀତାରାମ ୟେଚୁରୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ମହାସଚିବ ତଥା ସଂସଦୀୟ ଦଳର ନେତା ଥିଲେ।  ସେ ୧୨ ଅଗଷ୍ଟ ୧୯୫୨ ରେ ଚେନ୍ନାଇରେ ତେଲୁଗୁ ଭାଷାଭାଷୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୨୦୧୬ ରେ ରାଜ୍ୟସଭାରେ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଜରୁରୀକାଳୀନ ସମୟରେ ଜେଏନୟୁରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ସେ ଲଗାତାର ତିନିଥର ଜେଏନୟୁ ଛାତ୍ର ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୯୮୪ ରେ ସିପିଆଇଏମର କେନ୍ଦ୍ରୀୟ କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ। ୨୦୧୫ ରେ ସେ ଦଳର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ୟେଚୁରୀ ୨୦୦୫ ରେ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଗୃହରେ ଅନେକ ପ୍ରସଙ୍ଗ ଉଠାଇଥିଲେ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ନିକଟରେ ୟେଚୁରୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ପରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା।