ବରିଷ୍ଠ ଭାଜପା ନେତାଙ୍କ ପରଲୋକ, ଭୌରୋସିଂହ ଶେଖାଓ୍ବତଙ୍କୁ ହରାଇ ଆସିଥିଲେ ଚର୍ଚ୍ଚାକୁ
ଜୟପୁର,୧୬।୨: ଫେବୃଆରୀ ୧୬ ସକାଳେ ଭାଜପା ପାଇଁ ଏକ ଦୁଃଖଦ ବାର୍ତ୍ତା ଆଣିଥିଲା। ଗୁରୁବାର ରାତିରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଧେଶୟାମ ଗଙ୍ଗନଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ଦେହାନ୍ତ ଖବର ସକାଳ ପ୍ରାୟ ୬ଟା ୩୦ରେ ଜଣାପଡିଥିଲା। ରାଧେଶୟାମ ଗଙ୍ଗନଗରଙ୍କ ପୁଅ ରାଜପାଲ ତାଙ୍କ ପିତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଶୁକ୍ରବାର ସକାଳେ ତାଙ୍କ ବାପା ହସ୍ପିଟାଲରେ […] The post ବରିଷ୍ଠ ଭାଜପା ନେତାଙ୍କ ପରଲୋକ, ଭୌରୋସିଂହ ଶେଖାଓ୍ବତଙ୍କୁ ହରାଇ ଆସିଥିଲେ ଚର୍ଚ୍ଚାକୁ appeared first on Dharitri Odia News.
ଜୟପୁର,୧୬।୨: ଫେବୃଆରୀ ୧୬ ସକାଳେ ଭାଜପା ପାଇଁ ଏକ ଦୁଃଖଦ ବାର୍ତ୍ତା ଆଣିଥିଲା। ଗୁରୁବାର ରାତିରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଧେଶୟାମ ଗଙ୍ଗନଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ଦେହାନ୍ତ ଖବର ସକାଳ ପ୍ରାୟ ୬ଟା ୩୦ରେ ଜଣାପଡିଥିଲା। ରାଧେଶୟାମ ଗଙ୍ଗନଗରଙ୍କ ପୁଅ ରାଜପାଲ ତାଙ୍କ ପିତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଶୁକ୍ରବାର ସକାଳେ ତାଙ୍କ ବାପା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ରାଧେଶୟାମ ଗଙ୍ଗନଗରଙ୍କ ମୃତଦେହକୁ ଶ୍ରୀ ଗଙ୍ଗନଗରକୁ ନିଆଯିବ। ତାଙ୍କ ଶରୀରକୁ ଶେଷ ଦର୍ଶନ ପାଇଁ ସେଠାରେ ରଖାଯିବ। ସୂଚନା ଅନୁଯାୟୀ, ତାଙ୍କର ଶେଷ ରୀତିନୀତି ଶନିବାର ଅନୁଷ୍ଠିତ ହେବ। ଏହି ଖବର ଭାଜପା ପାଇଁ ବହୁତ ଦୁଃଖଦ। ତାଙ୍କ ନେତୃତ୍ୱରେ ରାଜସ୍ଥାନରେ ଭାଜପା ବହୁ ଆଗକୁ ଆସିଥିଲା। ଏହାପୂର୍ବରୁ ସେ କଂଗ୍ରେସରେ ଥିଲେ କିନ୍ତୁ ୨୦୦୮ରେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ।
୨୦୦୮ରେ ସେ ଭାଜପା ସହ ହାତ ମିଳାଇଥିଲେ। ୧୯୯୩ରେ ଭୈରୋସିଂହ ଶେଖୱାତଙ୍କୁ ପରାସ୍ତ କରିବାବେଳେ ଭାଜପାର ବରିଷ୍ଠ ନେତାଙ୍କ ମଧ୍ୟରେ ସେ ଲାଇମ ଲାଇଟକୁ ଆସିଥିଲେ। ଏହାପୂର୍ବରୁ ତାଙ୍କ ନାମ ସେତେ ପ୍ରସିଦ୍ଧ ନ ଥିଲା। କିନ୍ତୁ ଏହି ବିଜୟ ତାଙ୍କୁ ରାତାରାତି ଷ୍ଟାର କରିଦେଲା। ତାଙ୍କ ଦେହାନ୍ତ ଖବର ରାଜସ୍ଥାନର ରାଜନୈତିକ ଦୁନିଆରେ ଶୋକର ଲହରୀ ଖେଲାଇ ଦେଇଛି।
The post ବରିଷ୍ଠ ଭାଜପା ନେତାଙ୍କ ପରଲୋକ, ଭୌରୋସିଂହ ଶେଖାଓ୍ବତଙ୍କୁ ହରାଇ ଆସିଥିଲେ ଚର୍ଚ୍ଚାକୁ appeared first on Dharitri Odia News.