ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ଗତ ୨ ମାସ ହେବ ଅରୁଣ ପଣ୍ଡା କର୍କଟ ରୋଗରେ ପୀଡ଼ିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଚିକିତ୍ସାଧିନ ଥିଲେ। ୧୯୮୪ରୁ ଏକ ପ୍ରତିଷ୍ଠିତ ଦୈନିକ ଖବରକାଗଜର ପ୍ରତିନିଧି ଭାବରେ ସାମ୍ବାଦିକତା ଆରମ୍ଭ କରିଥିଲେ।

ଜଣେ ଦକ୍ଷ, ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ରହିଥିଲା। କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେ ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଛନ୍ତି। ଜଣେ ସୁବକ୍ତା ଓ ସୁଲେଖକ ଭାବରେ ମଧ୍ୟ ତାଙ୍କ ପରିଚୟ ରହିଥିଲା। ତାଙ୍କ ପରଲୋକ ଖବର ଶୁଣି କଟକ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି।