ବର୍ଡର ଗାଭାସ୍କର ଟ୍ରଫି: ଭାରତ ୧୫୦, ଅଷ୍ଟ୍ରେଲିଆ ୬୭/୭

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆଜିଠୁ ପର୍ଥରେ ଆରମ୍ଭ ହୋଇଛି। ପର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ଅତ୍ୟନ୍ତ ରୋମାଞ୍ଚକର ହୋଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଷ୍ଟମ୍ପ୍ସ ସୁଦ୍ଧା ୭ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ଆଲେକ୍ସ କ୍ୟାରି ୧୯ ଓ ମିଚେଲ ଷ୍ଟାର୍କ ୬ ରନ୍‌ କରି ଅପରାଜିତ ଅଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ […]

ବର୍ଡର ଗାଭାସ୍କର ଟ୍ରଫି: ଭାରତ ୧୫୦, ଅଷ୍ଟ୍ରେଲିଆ ୬୭/୭

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆଜିଠୁ ପର୍ଥରେ ଆରମ୍ଭ ହୋଇଛି। ପର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ଅତ୍ୟନ୍ତ ରୋମାଞ୍ଚକର ହୋଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଷ୍ଟମ୍ପ୍ସ ସୁଦ୍ଧା ୭ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ଆଲେକ୍ସ କ୍ୟାରି ୧୯ ଓ ମିଚେଲ ଷ୍ଟାର୍କ ୬ ରନ୍‌ କରି ଅପରାଜିତ ଅଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୟ ଦଳର ନେତୃତ୍ବ ନେଉଥବିା ଯଶପ୍ରୀତ୍‌ ବୁମ୍‌ରା ୪, ମହମ୍ମଦ ସିରାଜ ୨ ଓ ପଦାର୍ପଣକାରୀ ହର୍ଷିତ ରାଣା ୧ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥିପୂବର୍ରୁ ବ୍ୟାଟିଂ କରିଥିବା ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲା। ଯଶସ୍ବୀ ଜୟସ୍ବାଲ୍‌ ଓ ଦେବଦତ୍ତ ପଡ଼ିକଲ୍‌ ଖାତା ଖୋଲି ପାରି ନଥିଲା ବେଳେ ବିରାଟ କୋହଲି ପୁଣି ଥରେ ନିରାଶ କରିଥିଲେ ଓ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ। କେଏଲ୍‌ ରାହୁଲ ଭଲ ଖେଳୁଥିଲେ ମଧ୍ୟ ୨୬ ରନ୍‌ କରିବା ପରେ ଆଉଟ୍‌ ହୋଇଯାଇଥିଲେ। ଋଷଭ ପନ୍ତ୍‌ ସବୁଠୁ ଅଧିକ ସମୟ ପାଇଁ ଘରୋଇ ବୋଲରଙ୍କୁ ସାମ୍ନା କରିଥିଲା ବେଳେ ୩୭ ରନ୍‌ କରିପାରିଥିଲେ। ପଦାର୍ପଣକାରୀ ନୀତୀଶ କୁମାର ରେଡ୍ଡୀ ଦଳ ପାଇଁ ସର୍ବାଧିକ ୪୧ ରନ୍‌ ସଂଗ୍ରହ କରିଥିଲେ। ଜୋସ୍‌ ହାଜଲଉଡ ୪, ମିଚେଲ ଷ୍ଟାର୍କ, ପାଟ୍‌ କମିନ୍ସ ଓ ମିଚେଲ୍‌ ମାର୍ସ ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ନେଇଥିଲେ।