ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ

ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଦିଆଯାଉନାହିଁ। ୨୦୨୦ରୁ ମଜୁରି ୩୦୮ ଟଙ୍କା ଦିଆଯାଉଛି। ଏଦିଗରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷାଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଜି କର୍ମଚାରୀମାନେ ମ୍ୟୁନିସିପାଲିଟି ଅଫିସ ଘେରାଉ […] The post ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ appeared first on Dharitri Odia News.

ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ

ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଦିଆଯାଉନାହିଁ। ୨୦୨୦ରୁ ମଜୁରି ୩୦୮ ଟଙ୍କା ଦିଆଯାଉଛି। ଏଦିଗରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷାଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଜି କର୍ମଚାରୀମାନେ ମ୍ୟୁନିସିପାଲିଟି ଅଫିସ ଘେରାଉ କରି ଦାବିପତ୍ର ଦେଇଛନ୍ତି।

The post ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ appeared first on Dharitri Odia News.