ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ
ବର୍ମିଂହାମ, ୬।୭- ଅଧିନାୟକ ଶୁବମନ ଗିଲ୍ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ବର୍ମିଂହାମରେ ଖେଳାଯାଇଥିବା ଏହି ମ୍ୟାଚରେ, ଟିମ୍ ଇଣ୍ଡିଆ ଇଂଲଣ୍ଡ ଦଳ ପାଇଁ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲା। ଜବାବରେ ଇଂଲଣ୍ଡ କେବଳ ୨୭୧ ରନ୍ କରିପାରିଥିଲା। ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡ […] The post ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ appeared first on Dharitri Odia News.
ବର୍ମିଂହାମ, ୬।୭- ଅଧିନାୟକ ଶୁବମନ ଗିଲ୍ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ବର୍ମିଂହାମରେ ଖେଳାଯାଇଥିବା ଏହି ମ୍ୟାଚରେ, ଟିମ୍ ଇଣ୍ଡିଆ ଇଂଲଣ୍ଡ ଦଳ ପାଇଁ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲା। ଜବାବରେ ଇଂଲଣ୍ଡ କେବଳ ୨୭୧ ରନ୍ କରିପାରିଥିଲା। ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡ ଭାରତ ୫୮ ବର୍ଷ ପରେ ଐତିହାସିକ ବିଜୟ ହାସଲ କରିଛି।
ଅନ୍ୟପକ୍ଷେ ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେଇଛି ଶୁବମନ ଗିଲ୍ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ। ୬୦୮ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୧ ରନରେ ଅଲ୍ଆଉଟ ହୋଇଛି। ଶେଷ ଭାଗରେ ଉଇକେଟ କିପର ଜେମି ସ୍ମିଥ ୮୮ ଓ ବେର୍ଡନ କାର୍ସ ୩୮ ରନ୍ କରିଥିଲେ ମଙ୍କଧ୍ୟଙ୍କ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା।
ରନ ଦୃଷ୍ଟିରୁ ବିଦେଶ ମାଟିରେ ଭାରତର ଏହା ସବବୃହତ୍ ବିଜୟ। ପୂର୍ବରୁ ୨୦୧୯ରେ ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩୧୮ ରନରେ ବିଜୟୀ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୫୮୭ ଓ ଇଂଲଣ୍ଡ ୪୦୭ ରନ କରିଥିଲା। ଭାରତ ଏହାର ଦ୍ୱିତୀୟ ଇନିଂସକୁ ୪୨୭/୬ରେ ଘୋଷଣା କରିଥିଲା।
The post ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ appeared first on Dharitri Odia News.