ବର୍ଷକୁ ଦୁଇଥର CBSE ବୋର୍ଡ ପରୀକ୍ଷା, ଶୀଘ୍ର ପ୍ରକାଶ ପାଇବ ଡ୍ରାଫ୍ଟ, ୨୦୨୬ ନୂଆ ନିୟମ..
ନୂଆଦିଲ୍ଲୀ ୧୯/୦୨: ସିବିଏସଇ ବୋର୍ଡରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପରିଚାଳନା କରିବ । CBSE ଏକ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ। ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ CBSE ଗ୍ଲୋବାଲ୍ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ନୂତନ ପାଠ୍ୟକ୍ରମ ବିକଶିତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ବିଷୟରେ ପ୍ରଧାନ ଆଲୋଚନା କରିଥିଲେ।Today the Hon'ble Minister of Education, Sh. Dharmendra Pradhan, chaired a high level meeting with Secretary, DoSEL, Secretary ER, MEA, heads of CBSE, NCERT, KVS, NVS along with representatives of global schools.The modalities of establishing and implementing the CBSE Global… pic.twitter.com/jdJ94Q6
ନୂଆଦିଲ୍ଲୀ ୧୯/୦୨: ସିବିଏସଇ ବୋର୍ଡରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପରିଚାଳନା କରିବ । CBSE ଏକ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ। ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ CBSE ଗ୍ଲୋବାଲ୍ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ନୂତନ ପାଠ୍ୟକ୍ରମ ବିକଶିତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ବିଷୟରେ ପ୍ରଧାନ ଆଲୋଚନା କରିଥିଲେ।
Today the Hon'ble Minister of Education, Sh. Dharmendra Pradhan, chaired a high level meeting with Secretary, DoSEL, Secretary ER, MEA, heads of CBSE, NCERT, KVS, NVS along with representatives of global schools.
The modalities of establishing and implementing the CBSE Global… pic.twitter.com/jdJ94Q6ULF— CBSE HQ (@cbseindia29) February 18, 2025
ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ହେବ:
ପୂର୍ବରୁ ଫେବୃଆରୀ ୧୮ ତାରିଖରେ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ ପାଇଁ ଡ୍ରାଫ୍ଟ ଯୋଜନା ଖୁବ୍ ଶୀଘ୍ର ଜନସାଧାରଣଙ୍କ ସହ ସେୟାର କରାଯିବ। ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ପରୀକ୍ଷା ସଂସ୍କାର ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବର୍ଷକୁ ଦୁଇଥର CBSE ପରୀକ୍ଷା ଆୟୋଜନ କରିବା ବିଷୟରେ ମୁଁ ସ୍କୁଲ ଶିକ୍ଷା ସଚିବ, CBSE ଅଧ୍ୟକ୍ଷ ଏବଂ ମନ୍ତ୍ରଣାଳୟ ଏବଂ CBSEର ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛି। ଏହି ଆଲୋଚନାରୁ ପ୍ରସ୍ତୁତ ଡ୍ରାଫ୍ଟ ଯୋଜନାକୁ ଶୀଘ୍ର CBSE ଦ୍ୱାରା ସାଧାରଣ ପରାମର୍ଶ ପାଇଁ ଉପସ୍ଥାପନ କରାଯିବ।
CBSE ବୋର୍ଡ ପରୀକ୍ଷା ୨୦୨୫ ଆରମ୍ଭ:
ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେଉଛି । ଯାହା ୪ ଏପ୍ରିଲରେ ଶେଷ ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବିରୋଧରେ ପେପର ଲିକ୍ ଭଳି ଗୁଜବ ପ୍ରସାର ସମ୍ପର୍କରେ ଏକ ନୋଟିସ୍ ଜାରି କରିଥିଲା । ବୋର୍ଡ ଏକ ନୋଟିସ ଜାରି କରି ଛାତ୍ରଛାତ୍ରୀମାନଙ୍କୁ ଏପରି ଗୁଜବ ବିରୁଦ୍ଧରେ ସତର୍କ ରହିବାକୁ କହିଥିଲେ। ସିବିଏସଇ ଏକ ନୋଟିସ ଜାରି କରି କହିଛି ଯେ କିଛି ଅସାମାଜିକ ତତ୍ତ୍ୱ ୟୁଟ୍ୟୁବ୍, ଫେସବୁକ୍, ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପେପର ଲିକ୍ ସମ୍ପର୍କରେ ଗୁଜବ ପ୍ରଚାର କରୁଛନ୍ତି।