ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୪ ରାଶିର ଲୋକ ସାବଧାନ

ନୂଆଦିଲ୍ଲୀ: ଏପ୍ରିଲ ୮ ସୋମବାର ରାତିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ମୀନ ରାଶି ଏବଂ ରେବତୀ ନକ୍ଷେତ୍ରରେ ଲାଗିବାକୁ ଯାଉଛି । ଖଗୋଳବିଦଙ୍କ ଅନୁସାରେ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ବିରଳ ଅଟେ । ୧୯୭୦ ପରେ ଆଜି ଯାଏ ଏପରି ସୂର୍ଯ୍ୟ ପରାଗ କେବେ ହୋଇ ନାହିଁ । ଏପ୍ରିଲ ୮ରେ ଯେତେବେଳେ ଏହି ସୂର୍ଯ୍ୟ ପରାଗ ଲାଗିବ ସେତେବେଳେ ଚନ୍ଦ୍ର ୨୪୦୦ କିଲୋମିଟର ଘଣ୍ଟାପ୍ରତି ବେଗରେ ସୂର୍ଯ୍ୟର ସାମନା ଦେଇ ଅତିକ୍ରମ କରିବ । ଏପରି ସ୍ଥିତିରେ ଉତ୍ତର ଆମେରିକାର ଲୋକମାନେ ପ୍ରାୟ ୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିପାରିବେ । ତେବେ ଜ୍ୟୋର୍ତିବଦଙ୍କ ଦୃଷ୍ଟିରୁ ଏହି ସୂର୍ଯ୍ୟ ପରାଗ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ରାଶିଙ୍କୁ ଲାଭ କିମ୍ୱା କ୍ଷତି ପହଞ୍ଚାଇବ ।ଏହି ସୂର୍ଯ୍ୟ ପରାଗ ଚୈତ୍ର ନବରାତ୍ରି ଏବଂ ହିନ୍ଦୁ ନବବର୍ଷ ବିକ୍ରମ ସାୱନ୍ତ ୨୦୮୧ର ଠିକ୍ ଗୋଟିଏ ଦିନ ପୂର୍ବେ ଏପ୍ରିଲ ୮ରେ ହେବ । ଭାରତୀୟ ସମୟ ଅନୁସାରେ, ସୂର୍ଯ୍ୟ ପରାଗ ଏପ୍ରିଲ ୮ ରାତି ୯ଟାରୁ ରାତି ୨ଟା ୨୨ ଯାଏ ରହିବ । ସୂର୍ଯ୍ୟ ପରାଗର ମୋଟ ଅବଧି ୫ ଘଣ୍ଟା ୧୦ ମିନିଟ୍ ହେବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ।ସୂର୍ଯ୍ୟ ପରାଗରେ କେଉଁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ ?ମେଷ- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମେଷ ରାଶିର ଲୋକଙ୍କ ଧନହାନୀର କାରଣ ହୋଇପାରେ । ନିଯୁକ୍ତି, କ୍ୟାରିୟର, କାରବାରକୁ ନ

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୪ ରାଶିର ଲୋକ ସାବଧାନ

ନୂଆଦିଲ୍ଲୀ: ଏପ୍ରିଲ ୮ ସୋମବାର ରାତିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ମୀନ ରାଶି ଏବଂ ରେବତୀ ନକ୍ଷେତ୍ରରେ ଲାଗିବାକୁ ଯାଉଛି । ଖଗୋଳବିଦଙ୍କ ଅନୁସାରେ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ବିରଳ ଅଟେ । ୧୯୭୦ ପରେ ଆଜି ଯାଏ ଏପରି ସୂର୍ଯ୍ୟ ପରାଗ କେବେ ହୋଇ ନାହିଁ । ଏପ୍ରିଲ ୮ରେ ଯେତେବେଳେ ଏହି ସୂର୍ଯ୍ୟ ପରାଗ ଲାଗିବ ସେତେବେଳେ ଚନ୍ଦ୍ର ୨୪୦୦ କିଲୋମିଟର ଘଣ୍ଟାପ୍ରତି ବେଗରେ ସୂର୍ଯ୍ୟର ସାମନା ଦେଇ ଅତିକ୍ରମ କରିବ । ଏପରି ସ୍ଥିତିରେ ଉତ୍ତର ଆମେରିକାର ଲୋକମାନେ ପ୍ରାୟ ୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିପାରିବେ । ତେବେ ଜ୍ୟୋର୍ତିବଦଙ୍କ ଦୃଷ୍ଟିରୁ ଏହି ସୂର୍ଯ୍ୟ ପରାଗ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ରାଶିଙ୍କୁ ଲାଭ କିମ୍ୱା କ୍ଷତି ପହଞ୍ଚାଇବ ।

ଏହି ସୂର୍ଯ୍ୟ ପରାଗ ଚୈତ୍ର ନବରାତ୍ରି ଏବଂ ହିନ୍ଦୁ ନବବର୍ଷ ବିକ୍ରମ ସାୱନ୍ତ ୨୦୮୧ର ଠିକ୍ ଗୋଟିଏ ଦିନ ପୂର୍ବେ ଏପ୍ରିଲ ୮ରେ ହେବ । ଭାରତୀୟ ସମୟ ଅନୁସାରେ, ସୂର୍ଯ୍ୟ ପରାଗ ଏପ୍ରିଲ ୮ ରାତି ୯ଟାରୁ ରାତି ୨ଟା ୨୨ ଯାଏ ରହିବ । ସୂର୍ଯ୍ୟ ପରାଗର ମୋଟ ଅବଧି ୫ ଘଣ୍ଟା ୧୦ ମିନିଟ୍ ହେବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ।

ସୂର୍ଯ୍ୟ ପରାଗରେ କେଉଁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ ?

ମେଷ- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମେଷ ରାଶିର ଲୋକଙ୍କ ଧନହାନୀର କାରଣ ହୋଇପାରେ । ନିଯୁକ୍ତି, କ୍ୟାରିୟର, କାରବାରକୁ ନେଇ ଭାବି ବିଚାରି ନିଷ୍ପତ୍ତି ନିଅନ୍ତୁ । ଖର୍ଚ୍ଚ ଅଧିକ ହେବା ଯୋଗୁଁ ବଜେଟ୍ ବିଗିଡିପାରେ । ଏହି ସମୟରେ ନିବେଶରୁ ଦୂରେଇ ରୁହନ୍ତୁ । ଅଜଣା ଲୋକଙ୍କୁ ଟଙ୍କା ଋଣ ଦିଅନ୍ତୁ ନାହିଁ ।

ମିଥୁନ- ମିଥୁନ ରାଶିର ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ପୁରୁଣା ରୋଗ ବାହାରକୁ ଆସିପାରେ । ସ୍ୱାସ୍ଥ୍ୟଗତ ଖର୍ଚ୍ଚ ବଢିପାରେ । ମାଆ-ବାପା କିମ୍ୱା ଘରର ଅନ୍ୟ ବରିଷ୍ଠ ଲୋକଙ୍କ ସ୍ୱାସ୍ଥ୍ୟର ଯନ୍ତ୍ର ନିଅନ୍ତୁ ।

କନ୍ୟା- ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗ କଷ୍ଟଦାୟକ ହୋଇପାରେ । ଜାରି ରହିଥିବା କାମରେ ବାଧା ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟର ଯନ୍ତ୍ର ନିଅନ୍ତୁ । ଏକଗ୍ରତା ଭଙ୍ଗ ହେବାରୁ କାର୍ଯ୍ୟଶୈଳୀ ପ୍ରଭାବିତ ହେବ । ବିରୋଧୀ ଭାରି ପଡିବେ, ତେଣୁ ଚାପ ବଢିବ ।

ମୀନ- ସୂର୍ଯ୍ୟ ପରାଗ ମୀନ ରାଶି ଉପରେ ମଧ୍ୟ ଲାଗିବ । ଆପଣଙ୍କୁ ଆର୍ଥିକ, କ୍ୟାରିୟର-କାରବାର ଏବଂ ସ୍ୱାସ୍ଥ୍ୟ ମାମଲାରେ କ୍ଷତି ସହିବାକୁ ପଡ଼ିପାରେ । ଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଯାଇପାରେ । ଧନ ସଂଚୟ ବଡ଼ ମୁସ୍କିଲ ହେବ । ଚାକିରିର ଭଲ ସୁଯୋଗ ହାତ ଛଡ଼ା ହୋଇପାରେ ।