ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା

ଦାରିଙ୍ଗବାଡି,୧।୧୦ (ଅରୁଣ ସାହୁ):ନା ଅଛି ସବୁଦିନିଆ ରାସ୍ତା ନା ଅଛି ପିଇବା ପାଇଁ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନା ଗରିବଶ୍ରେଣୀର ଲୋକଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ। ଏମିତି ଗାଁ ରହିଛି, ଯେଉଁଠି ନିର୍ବାଚନ ଆସିଲେ ଲୋକଙ୍କୁ ମିଳୁଛି ପୁଳାପୁଳା ପ୍ରତିଶ୍ରୁତି ଆଉ ନିର୍ବାଚନ, ସରିଲେ ଲୋକଙ୍କ ଆବଶ୍ୟକତାକୁ କେହି ପୁରଣ କରିବାକୁ ଦେଇଥିବା ସେ ପ୍ରତିଶ୍ରୁତିକୁ ପୁରଣ କରୁଛି। ସମସ୍ତେ କେବଳ ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି। ଏଭଳି ଗ୍ରାମ ହେଲା କନ୍ଧମାକ ଜିଲା ଦାରିଙ୍ଗବାଡି […] The post ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା appeared first on Dharitri Odia News.

ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା

ଦାରିଙ୍ଗବାଡି,୧।୧୦ (ଅରୁଣ ସାହୁ):ନା ଅଛି ସବୁଦିନିଆ ରାସ୍ତା ନା ଅଛି ପିଇବା ପାଇଁ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନା ଗରିବଶ୍ରେଣୀର ଲୋକଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ। ଏମିତି ଗାଁ ରହିଛି, ଯେଉଁଠି ନିର୍ବାଚନ ଆସିଲେ ଲୋକଙ୍କୁ ମିଳୁଛି ପୁଳାପୁଳା ପ୍ରତିଶ୍ରୁତି ଆଉ ନିର୍ବାଚନ, ସରିଲେ ଲୋକଙ୍କ ଆବଶ୍ୟକତାକୁ କେହି ପୁରଣ କରିବାକୁ ଦେଇଥିବା ସେ ପ୍ରତିଶ୍ରୁତିକୁ ପୁରଣ କରୁଛି। ସମସ୍ତେ କେବଳ ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି। ଏଭଳି ଗ୍ରାମ ହେଲା କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକର ପର୍ତ୍ତମାହା ପଞ୍ଚାୟତର ସାଲେଜୁ ଗ୍ରାମ। ସାଲେଜୁ ଗ୍ରାମର ଆଶାବାଲି ଏବଂ ପାଡ୍ରେବାଡି ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ ପଞ୍ଚାୟତ ପକ୍ଷରୁ ଗୋଟିଏ ମୁଠା ବି ମାଟି ପକାଯାଇନାହିଁ। ଦୀର୍ଘ ବର୍ଷ ତଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ନେଇ ରାସ୍ତା କରାଯାଇଥିଲା ଓ ସଂଗଠନ ପକ୍ଷରୁ ପାରିଶ୍ରମିକ ଭାବେ ପୋଷାକ ବଣ୍ଟନ କରାଯାଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଆଉ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇନାହିଁ।

ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇବା ହେଉ କି ଜରୁରିକାଳୀନ ପରିସ୍ଥିତି ହେଉ ରୋଗୀଙ୍କୁ ଦୋଳାରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିବା ପରେ ହିଁ ସେଠାରୁ ଆମ୍ବୁଲାନ୍ସରେ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଯାଇଥାଏ ବୋଲି ଗ୍ରାମର ମନୋଜ ପ୍ରଧାନ, ଲଞ୍ଜୁରୀ ପ୍ରଧାନ, ଲିନା ପ୍ରଧାନ, ସମିତ ପ୍ରଧାନ ପ୍ରମୁଖ କହିଛନ୍ତି। ସେହିପରି ଗୋଟିଏ ନଳକୂପ ଉପରେ ୬୩ ପରିବାରର ଶତାଧିକ ଲୋକ ନିର୍ଭର କରନ୍ତି ଯାହାକି ବହୁ ସମୟ ପାଣି ପାଇଁ କସରତ କରିବାକୁ ପଡୁଛି। ବର୍ଷା ଦିନରେ ମଧ୍ୟ ପାଣି ପାଇଁ ହଟହଟା ଭୋଗୁଛନ୍ତି। ଗ୍ରାମବାସୀ ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରିକି ବି କିଛି ଫରକ ପଡୁନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ନବଜିନି କହିଛନ୍ତି, ଉକ୍ତ ଗ୍ରାମକୁ ଗୁରୁତ୍ୱ ଦିଆଯାଇ ଯାହା କାର୍ଯ୍ୟ ଅଛି କରାଯିବ ବୋଲି କହିଛନ୍ତି।

The post ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା appeared first on Dharitri Odia News.