ବର୍ଷାକୁ ନାହିଁ ଖାତିର । ଦରମା ବୃଦ୍ଧି ଦାବିରେ ରାଜଧାନୀରେ ଆୟୁଷ ଡାକ୍ତରଙ୍କ ପ୍ରତିବାଦ ।
କନକ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ଆୟୁଷ ଡାକ୍ତର । ବର୍ଷାକୁ ନାହିଁ ଖାତିର । ଦାବି ପୂରଣ ପାଇଁ ବର୍ଷାରେ ଭିଜି ଭିଜି ସରକାରଙ୍କୁ ଜଣାଇଛନ୍ତି ପ୍ରତିବାଦ । ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମଜିରେ ଧାରଣାକୁ ଓହ୍ଲାଇଛନ୍ତି ଶହ ଶହ ଆୟୁଷ ଡାକ୍ତର । ୩ଟି ଗ୍ରୁପରେ ଆୟୁଷ ଡାକ୍ତର କାମ କରୁଥିଲେ ବି ଏପର୍ୟ୍ୟନ୍ତ ମାତ୍ର ୩୩ ହଜାର ଟଙ୍କା ଦରମା ମିଳୁଛି । ଠିକାରେ କାମ କରୁଥିବାରୁ ଏବେ ନିୟମିତ କରିବାକୁ ଦାବି ରଖିଛନ୍ତି । ପୂର୍ବରୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିବା ବେଳେ ନୂଆ ସରକାର ଦାବି ଶୁଣନ୍ତୁ ବୋଲି ଗର୍ଜିଛନ୍ତି । ଆୟୁଶ ଡାକ୍ତରଙ୍କ ସହ ବିଜେପି ଦଳୀୟ ନେତା ମଧ୍ୟ ଯୋଗଦେଇଛନ୍ତି ।