ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍: ୩ଦିନ ଯାଏ ପ୍ରବଳ ବର୍ଷିବ!
ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଆର୍ଲଟ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ଜିଲାକୁ ଆଲର୍ଟ କରାଯାଇଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ୨୫ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟାରେ ଦୁର୍ବଳ ହେବ କେନ୍ଦ୍ରୀୟ ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । […] The post ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍: ୩ଦିନ ଯାଏ ପ୍ରବଳ ବର୍ଷିବ! appeared first on Dharitri Odia News.
ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଆର୍ଲଟ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ଜିଲାକୁ ଆଲର୍ଟ କରାଯାଇଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ୨୫ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
୨୪ ଘଣ୍ଟାରେ ଦୁର୍ବଳ ହେବ କେନ୍ଦ୍ରୀୟ ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ଦୁର୍ବଳ ହେଲେ ବି ଏହାର ପ୍ରଭାବ ରେ ଓଡ଼ିଶାରେ ଆଗାମୀ ୩ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ସହ ଝଡ ପବନ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
କନ୍ଧମାଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଏହି ୬ ଜିଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ସେହିପରି ବର୍ଷା ଓ ଝଡ଼ ପବନ ପାଇଁ ଆଜି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସେଥିରୁ ୧୯ ଜିଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସୂଚନାଥାଉ କି, ୧୧ ତାରିଖରେ ୧୬ ଜିଲାରେ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ଏବଂ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
The post ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍: ୩ଦିନ ଯାଏ ପ୍ରବଳ ବର୍ଷିବ! appeared first on Dharitri Odia News.