ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌, ବାହ୍ୟଜଗତରୁ ବିଚ୍ଛିନ୍ନ କାଣ୍ଡେଲ ପଞ୍ଚାୟତ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ-ଜୋଲକୋ ଗ୍ରାମକୁ ସଂଯୋଗ ହୋଇଥିବା ବରଘାଟ ନିକଟରେ ନିର୍ମାଣାଧୀନ ଆପ୍ରୋଚ ରୋଡ୍‌ ଲଘୁଚାପ ଜନିତ ବର୍ଷାରେ ଧୋଇଯାଇଛି। ଫଳରେ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ଠିକାସଂସ୍ଥା ମନମୁଖୀ କାମ କରୁଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦେଉନି ଗ୍ରାମ୍ୟ ଉନ୍ନୟନ ବିଭାଗ। ଲଗାଣ ବର୍ଷାରେ ଜାତୀୟ ରାଜପଥ ୨୬କୁ ସଂଯୋଗ କରୁଥିବା ଜୋଲକୋ କାଣ୍ଡେଲ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ପ୍ରାୟ ୨୦ ହଜାର ଲୋକ ଗମନାଗମନ କ୍ଷେତ୍ରରେ […] The post ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌, ବାହ୍ୟଜଗତରୁ ବିଚ୍ଛିନ୍ନ କାଣ୍ଡେଲ ପଞ୍ଚାୟତ appeared first on Dharitri Odia News.

ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌, ବାହ୍ୟଜଗତରୁ ବିଚ୍ଛିନ୍ନ କାଣ୍ଡେଲ ପଞ୍ଚାୟତ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ-ଜୋଲକୋ ଗ୍ରାମକୁ ସଂଯୋଗ ହୋଇଥିବା ବରଘାଟ ନିକଟରେ ନିର୍ମାଣାଧୀନ ଆପ୍ରୋଚ ରୋଡ୍‌ ଲଘୁଚାପ ଜନିତ ବର୍ଷାରେ ଧୋଇଯାଇଛି। ଫଳରେ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।

ଠିକାସଂସ୍ଥା ମନମୁଖୀ କାମ କରୁଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦେଉନି ଗ୍ରାମ୍ୟ ଉନ୍ନୟନ ବିଭାଗ। ଲଗାଣ ବର୍ଷାରେ ଜାତୀୟ ରାଜପଥ ୨୬କୁ ସଂଯୋଗ କରୁଥିବା ଜୋଲକୋ କାଣ୍ଡେଲ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ପ୍ରାୟ ୨୦ ହଜାର ଲୋକ ଗମନାଗମନ କ୍ଷେତ୍ରରେ ଅସୁବିଧା ଭୋଗ କରୁଛନ୍ତି। ଶିକ୍ଷକ, ଛାତ୍ରୀଛାତ୍ର, ଚାଷୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକେ। ଏନେଇ ଅଞ୍ଚଳବାସୀ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଖିଶ୍ୟାମ ନାୟକଙ୍କୁ ପଚାରିବାରୁ ଅଚାନକ ଦୁର୍ବିପାକ, ଲଘୁଚାପଜନିତ ଜନିତ ବର୍ଷାରେ ନିର୍ମାଣାଧୀନ ବାଇପାସ ରାସ୍ତା ଧୋଇ ହୋଇ ,ବର୍ଷା କମିଗଲେ ପୁଣି ବାଇପାସ ରାସ୍ତା ନିର୍ମାଣ କରାଯିବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ବ୍ରିଜ୍‌ କାମ ନିର୍ମାଣ କରାଯିବ। ଲୋକଙ୍କ ଅସୁବିଧା କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ।

The post ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌, ବାହ୍ୟଜଗତରୁ ବିଚ୍ଛିନ୍ନ କାଣ୍ଡେଲ ପଞ୍ଚାୟତ appeared first on Dharitri Odia News.