ବର୍ଷାରେ ବୁଡିଲା କାଙ୍କୁରକୋଣ୍ଡା ପୋଲ,ମାଲକାନଗିରି-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି ୧୩/୭: ଲଗାଣ ବର୍ଷାରେ ବୁଡିଲା ପୋଲ । କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍କୁରକୋଣ୍ଡା ପୋଲ ଉପରେ ୩ ଫୁଟ୍ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡିମୋଟର ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।