ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ ବର୍ଷ ଖରିଫ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମିଲର୍ସମାନେ ଚାଉଳ ଫେରାଇବାର ନିୟମ ରହିଥିଲେ ମଧ୍ୟ ରାୟଗଡ଼ା ଜିଲାର ମିଲର୍ସ ଏହାକୁ ଖାତରି ନ କରି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ମିଲର୍ସଙ୍କ ଉପରେ ଏବେ ୩୮ ହଜାର ୮୮୨.୭୬ କୁଇଣ୍ଟାଲ ଚାଉଳ ବକେୟା ପଡ଼ିଥିବା […] The post ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ appeared first on Dharitri Odia News.
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ ବର୍ଷ ଖରିଫ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମିଲର୍ସମାନେ ଚାଉଳ ଫେରାଇବାର ନିୟମ ରହିଥିଲେ ମଧ୍ୟ ରାୟଗଡ଼ା ଜିଲାର ମିଲର୍ସ ଏହାକୁ ଖାତରି ନ କରି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ମିଲର୍ସଙ୍କ ଉପରେ ଏବେ ୩୮ ହଜାର ୮୮୨.୭୬ କୁଇଣ୍ଟାଲ ଚାଉଳ ବକେୟା ପଡ଼ିଥିବା ଜଣାପଡିଛି। ତେବେ ଜିଲାର ପଦ୍ମପୁର ଓ ବିଷମକଟକ ବ୍ଲକ୍ର ସର୍ବାଧିକ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଥିବା ସୂଚନା ମିଳିଛି । ପୂର୍ବ ସରକାରର ଜଣେ ନେତାଙ୍କ ଛତ୍ରଛାୟା ତଳେ ଉପରୋକ୍ତ ୨ ବ୍ଲକ୍ର ସମସ୍ତ ମିଲ୍ ପରିଚାଳନା ହେଉଥିବାରୁ ସେମାନେ ବର୍ତ୍ତମାନ ଢାଞ୍ଚା ବଦଳାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନା ପ୍ରକାରେ ପଦ୍ମପୁର ବ୍ଲକ୍ର ୧୪, ବିଷମକଟକ ବ୍ଲକ୍ର ୧୩, ରାମନାଗୁଡ଼ା ବ୍ଲକ୍ର ୬, ଗୁଣପୁର ବ୍ଲକ୍ର ୫ ଏବଂ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ଦୁଇଟି ଲେଖାଏଁ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଛି। ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଉକ୍ତ ମିଲର୍ସମାନଙ୍କୁ ତାଗିଦ କରିବା ପରେ ମଧ୍ୟ ଧାନ ବାବଦର ଚାଉଳ ଫେରାଇବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନେଇ ସମସ୍ୟାରେ ପଡୁଛି ଯୋଗାଣ ବିଭାଗ। ପୂର୍ବରୁ କେତେଜଣ ମିଲର ସରକାରଙ୍କୁ ଚାଉଳ ଦେବାରେ ଜାଲିଆତି କରିଥିବାରୁ ଉକ୍ତ ମିଲ୍ରେ ଷ୍ଟକ୍ ଓ କାଗଜପତ୍ରରେ ମେଳ ନ ଥିବା ଜଣାପଡ଼ିଥିଲା। ତଥାପି ଉକ୍ତ ମିଲର୍ସ ଚଳିତବର୍ଷ ଧାନ କ୍ରୟରେ ସାମିଲହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ମୁଖ୍ୟତଃ ରାମନାଗୁଡ଼ା, ପଦ୍ମପୁର ଓ ବିଷମକଟକ ବ୍ଲକ୍ରେ ଏଭଳି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଜିଲା ଯୋଗାଣ ବିଭାଗ ଉକ୍ତ ମିଲର୍ସଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବରଠାରୁ ମାସେ ଲେଖାଏ ବଢ଼ାଇ ବର୍ତ୍ତମାନ ନଭେମ୍ବର ପର୍ଯ୍ୟନ୍ତ ମିଲରଙ୍କୁ ସମୟ ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦଶରଥୀ ସୋରେନ କହିଛନ୍ତି, ନଭେମ୍ବର ଶେଷ ସୁଦ୍ଧା ଯଦି ଚାଉଳ ନ ଫେରାନ୍ତି ତେବେ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ appeared first on Dharitri Odia News.