ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ
ବଲାଙ୍ଗୀର,୨୭ା୮: ବଲାଙ୍ଗୀର ଜେଲକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ। କଟକରୁ ଆଖି ଚିକିତ୍ସା ପରେ ମଙ୍ଗଳବାର ପୁଣି ଥରେ ଜେଲକୁ ଫେରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଚଢାଉ ହୋଇଥିଲା। ଚଢାଉ ବେଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍ରୁ ସ୍ମାର୍ଟଫୋନ ମଳିଥିଲା। ଏହାକୁ ହଇଚଇ ସୃଷ୍ଟି ହୋଇଥିଲା। ସୁଶାନ୍ତ ରହୁଥିବା ସେଲ ଭିତରକୁ କିଭଳି ମୋବାଇଲ ଫୋନ ଆସିଲା ଏବଂ ଉକ୍ତ ଫୋନ୍ରେ […] The post ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ appeared first on Dharitri Odia News.
ବଲାଙ୍ଗୀର,୨୭ା୮: ବଲାଙ୍ଗୀର ଜେଲକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ। କଟକରୁ ଆଖି ଚିକିତ୍ସା ପରେ ମଙ୍ଗଳବାର ପୁଣି ଥରେ ଜେଲକୁ ଫେରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଚଢାଉ ହୋଇଥିଲା। ଚଢାଉ ବେଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍ରୁ ସ୍ମାର୍ଟଫୋନ ମଳିଥିଲା। ଏହାକୁ ହଇଚଇ ସୃଷ୍ଟି ହୋଇଥିଲା। ସୁଶାନ୍ତ ରହୁଥିବା ସେଲ ଭିତରକୁ କିଭଳି ମୋବାଇଲ ଫୋନ ଆସିଲା ଏବଂ ଉକ୍ତ ଫୋନ୍ରେ ଧଳସାମନ୍ତ କ’ଣ ସବୁ କାରବାର କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଗୁମର ଖୋଲିବ।
୨୦୧୮ରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସୁଶାନ୍ତ ଧଳସାମନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାରପଡା ଜେଲରୁ ଆପରାଧିକ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା।
ଗତ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ବଲାଙ୍ଗୀର ଏସ୍ପି ଋଷିକେଶ ଡି. ଖିଲାରୀ ଏବଂ ୯ ବରିଷ୍ଠ ପୋଲିସ ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ବଲାଙ୍ଗୀର ଜିଲା କାରାଗାର ଭିତରେ ଚଢ଼ାଉ କରିଥିଲେ। ଜେଲର ୧୨ଟି ସେଲ, ରନ୍ଧାଘର, ଲାଟିନ, ଗାଧୁଆଘର ଓ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା।
ଚଢ଼ାଉ ବେଳେ ଜେଲ ଭିତରୁ ବିଡି, ସିଗାରେଟ, ଭାଙ୍ଗ ଭଳି ନିଶାଦ୍ରବ୍ୟ, ଦୁଇଟି ଲାଇଟର ଏବଂ ଏକ ଟ୍ରିମର ଜବତ କରାଯାଇଥିଲା। ସେହିଦିନ ଅପରାହ୍ନରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ଆସି ଘଟଣାର ସମୀକ୍ଷା କରିଥିଲେ। ଏହାପରେ ଜିଲା କାରାଗାର ଭିତରୁ ଏକ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ଦିଆଯାଇଥିଲା।
କେଉଁ ସେଲ୍ରୁ ଫୋନ ଜବତ ହୋଇଥିଲା ସେଦିନ କୁହାଯାଇ ନ ଥିଲା। ରବିବାର ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍ରୁ ଉକ୍ତ ସ୍ମାର୍ଟଫୋନ ଜବତ ହୋଇଥିବା କୁହାଯାଇଛି। ବଲାଙ୍ଗୀର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ଉକ୍ତ ସ୍ମାର୍ଟଫୋନ ଜବତ କରି ହସ୍ତାନ୍ତର କରିଥିବା ଏବଂ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।
ସ୍ମାର୍ଟଫୋନ ଜବତ ସମୟରେ ଧଳସାମନ୍ତ ଉକ୍ତ ସେଲ୍ରେ ନ ଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ କଟକ ବଡମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ବଲାଙ୍ଗୀର ଜିଲା କାରାଗାରରେ ଅନେକ କୁଖ୍ୟାତ ଅପରାଧୀ ରହିଛନ୍ତି। ସେଠାରୁ ସ୍ମାର୍ଟଫୋନ, ଟ୍ରିମର, ଲାଇଟର, ବିଡି, ସିଗାରେଟ ଓ ନିଶାଦ୍ରବ୍ୟ ମିଳିବା ଘଟଣା ଆଲୋଡ଼ନ ଖେଳାଇବା ସହ ଜେଲ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ appeared first on Dharitri Odia News.