ବଲିଉଡ୍ ଷ୍ଟାରଙ୍କୁ କଟାକ୍ଷ କଲେ ତାପସୀ, କହିଲେ- ଅଭିନେତାମାନଙ୍କ ବୁଦ୍ଧି କମ୍
ମୁମ୍ଵାଇ ୦୧।୦୯; ବଲିଉଡ୍ ତାରକାମାନେ ଅଭିନୟ, ପାର୍ଟି, ନାଚଗୀତରେ ହିଁ ନିଜକୁ ସୀମିତ ରଖନ୍ତି । ଏହା ବାଦ୍ ସେମାନଙ୍କର ବିଶେଷ କୌଣସି ଧାରଣା ନଥାଏ । ଏପରି କହି ବଲିଉଡ୍ ତାରକାମାନଙ୍କୁ କଟାକ୍ଷ କରିଛନ୍ତି ତାପସୀ ପନ୍ନୁ । ତାଙ୍କ କହିବାନୁସାରେ ସେ ଜଣେ ଅଭିନେତ୍ରୀ ହୋଇ ମଧ୍ୟ ଏକଥା କହିବାରେ ଭୟ ପାଆନ୍ତି ନାହିଁ ଯେ ଅଭିନେତାମାନଙ୍କର ବୁଦ୍ଧି ଯଥେଷ୍ଟ କମ୍ । ଅଭିନେତ୍ରୀମାନେ ଆଉ ଦୁଇ ପାଦ ଆଗରେ । ସେମାନେ ରାଜନୀତି କ’ଣ ଆଦୌ ଜାଣନ୍ତି ନାହିଁ। ଅଥଚ ରାଜନୀତି କରିବାକୁ ସବୁବେଳେ ଆଗଭର ଥାଆନ୍ତି । ନିଜ ମତ ସବୁବେଳେ ସ୍ପଷ୍ଟ ରଖୁଥିବା ବେଳେ କିଛିଦିନ ତଳେ ବଲିଉଡ୍ ତାରକାମାନଙ୍କ ସମ୍ବନ୍ଧରେ ଏମିତି ଏକ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତାପସୀ। ତାପସୀ କିଛିଦିନ ତଳେ ଏକ ପଡକାଷ୍ଟରେ କହିଥିଲେ ବଲିଉଡ୍ ତାରକାମାନେ ରାଜନୀତିରେ ବିଶେଷ ରୁଚି ରଖନ୍ତି ନାହିଁ । ସେଥିପାଇଁ କୌଣସି ରାଜନୈତିକ ମନ୍ତବ୍ୟ ଦିଅନ୍ତି ନାହିଁ । ରାଜନୈତିକ ପ୍ରସଙ୍ଗରେ ବଲିଉଡ୍ ତାରକାମାନେ ସବୁବେଳେ ଦୂରତ୍ୱ ବଜାୟ ରଖୁଥିବାର ଲକ୍ଷ୍ୟ କରାଯାଏ ବୋଲି ତାପସୀ କହିଛନ୍ତି । ତାପସୀ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ରାଜନୈତିକ ମତାଦର୍ଶ ରହିଛି । ସେଥିରୁ ଅଭିନେତା ବା ଅଭିନେତ୍ରୀ ବାଦ୍ ପଡିବେ କିପରି । କିନ୍ତୁ ସେମାନେ କିଛି କହିଲେ ତାହା ବିତର୍କ ସୃଷ୍ଟି କରିବ ଭାବି ଅନେକ ତାରକା ଚ
ମୁମ୍ଵାଇ ୦୧।୦୯; ବଲିଉଡ୍ ତାରକାମାନେ ଅଭିନୟ, ପାର୍ଟି, ନାଚଗୀତରେ ହିଁ ନିଜକୁ ସୀମିତ ରଖନ୍ତି । ଏହା ବାଦ୍ ସେମାନଙ୍କର ବିଶେଷ କୌଣସି ଧାରଣା ନଥାଏ । ଏପରି କହି ବଲିଉଡ୍ ତାରକାମାନଙ୍କୁ କଟାକ୍ଷ କରିଛନ୍ତି ତାପସୀ ପନ୍ନୁ । ତାଙ୍କ କହିବାନୁସାରେ ସେ ଜଣେ ଅଭିନେତ୍ରୀ ହୋଇ ମଧ୍ୟ ଏକଥା କହିବାରେ ଭୟ ପାଆନ୍ତି ନାହିଁ ଯେ ଅଭିନେତାମାନଙ୍କର ବୁଦ୍ଧି ଯଥେଷ୍ଟ କମ୍ । ଅଭିନେତ୍ରୀମାନେ ଆଉ ଦୁଇ ପାଦ ଆଗରେ । ସେମାନେ ରାଜନୀତି କ’ଣ ଆଦୌ ଜାଣନ୍ତି ନାହିଁ। ଅଥଚ ରାଜନୀତି କରିବାକୁ ସବୁବେଳେ ଆଗଭର ଥାଆନ୍ତି ।
ନିଜ ମତ ସବୁବେଳେ ସ୍ପଷ୍ଟ ରଖୁଥିବା ବେଳେ କିଛିଦିନ ତଳେ ବଲିଉଡ୍ ତାରକାମାନଙ୍କ ସମ୍ବନ୍ଧରେ ଏମିତି ଏକ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତାପସୀ। ତାପସୀ କିଛିଦିନ ତଳେ ଏକ ପଡକାଷ୍ଟରେ କହିଥିଲେ ବଲିଉଡ୍ ତାରକାମାନେ ରାଜନୀତିରେ ବିଶେଷ ରୁଚି ରଖନ୍ତି ନାହିଁ । ସେଥିପାଇଁ କୌଣସି ରାଜନୈତିକ ମନ୍ତବ୍ୟ ଦିଅନ୍ତି ନାହିଁ । ରାଜନୈତିକ ପ୍ରସଙ୍ଗରେ ବଲିଉଡ୍ ତାରକାମାନେ ସବୁବେଳେ ଦୂରତ୍ୱ ବଜାୟ ରଖୁଥିବାର ଲକ୍ଷ୍ୟ କରାଯାଏ ବୋଲି ତାପସୀ କହିଛନ୍ତି । ତାପସୀ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ରାଜନୈତିକ ମତାଦର୍ଶ ରହିଛି । ସେଥିରୁ ଅଭିନେତା ବା ଅଭିନେତ୍ରୀ ବାଦ୍ ପଡିବେ କିପରି । କିନ୍ତୁ ସେମାନେ କିଛି କହିଲେ ତାହା ବିତର୍କ ସୃଷ୍ଟି କରିବ ଭାବି ଅନେକ ତାରକା ଚୁପ୍ ରହନ୍ତି ।
ପରୋକ୍ଷରେ ଅନେକ ତାରକା ରାଜନୀତି କ’ଣ ତାହା ବୁଝନ୍ତି ନାହିଁ । ତେଣୁ ଅନେକ ସମୟରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଦିଅନ୍ତି । ଫଳରେ ସମାଲୋଚିତ ବି ହୁଅନ୍ତି । ଅଭିନେତ୍ରୀମାନଙ୍କ ପ୍ରସଙ୍ଗରେ ତାପସୀ କୁହନ୍ତି ସେମାନଙ୍କର ରାଜନୈତିକ ଜ୍ଞାନ ପ୍ରାୟ ନାହିଁ କହିଲେ ଚଳେ । ସେଥିପାଇଁ ସେମାନେ ରାଜନୀତି ସମ୍ପର୍କିତ କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ । କିଛିଦିନ ତଳେ ମୁକ୍ତି ପାଇଛି ତାପସୀଙ୍କ ଅଭିନୀତ ଫିଲ୍ମ ‘ଫିର ଆଇ ହସିନ ଦିଲରୁବା’ ଏବଂ ‘ଖେଲ ଖେଲ ମେ’ ।