ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ
ଲା ପାଜ୍,୨୯ା୬: ବଲିଭିଆ ରାଷ୍ଟ୍ରପତି ଲୁଇସ୍ ଆର୍ସେଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସୈନ୍ୟବାହିନୀ ବୁଧବାର ଚଳାଇିଥିବା ବିଦ୍ରୋହ ଉଦ୍ୟମ ପଣ୍ଡ ହୋଇଯାଇଛି। ଏଥିରେ ସମ୍ପୃକ୍ତ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଭାଙ୍ଗିବା ପାଇଁ ସେନାର ମେଳି ଯୋଗୁ ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଆମେରିକୀୟ ଦେଶ ବିଚଳିତ ହୋଇପଡ଼ିଥିଲା। ସୈନ୍ୟମାନେ ସାମରିକ ଯାନରେ ଆସି ରାଜଧାନୀର ମୁଖ୍ୟ ଛକକୁ ଅକ୍ତିଆର କରିବା ସହ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ଟ୍ୟାଙ୍କ୍କୁ […] The post ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ appeared first on Dharitri Odia News.
ଲା ପାଜ୍,୨୯ା୬: ବଲିଭିଆ ରାଷ୍ଟ୍ରପତି ଲୁଇସ୍ ଆର୍ସେଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସୈନ୍ୟବାହିନୀ ବୁଧବାର ଚଳାଇିଥିବା ବିଦ୍ରୋହ ଉଦ୍ୟମ ପଣ୍ଡ ହୋଇଯାଇଛି। ଏଥିରେ ସମ୍ପୃକ୍ତ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଭାଙ୍ଗିବା ପାଇଁ ସେନାର ମେଳି ଯୋଗୁ ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଆମେରିକୀୟ ଦେଶ ବିଚଳିତ ହୋଇପଡ଼ିଥିଲା। ସୈନ୍ୟମାନେ ସାମରିକ ଯାନରେ ଆସି ରାଜଧାନୀର ମୁଖ୍ୟ ଛକକୁ ଅକ୍ତିଆର କରିବା ସହ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ଟ୍ୟାଙ୍କ୍କୁ ଧକ୍କା କରାଇଥିଲେ। ବିକ୍ଷୋଭକାରୀଙ୍କ ଉପରକୁ ସେମାନେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଏହାର କିଛି ଘଣ୍ଟା ପରେ ବିଦ୍ରୋହର ନେତୃତ୍ୱ ନେଉଥିବା ସେନା ଜେନେରାଲ ଜୁଆନ୍ ଜୋସ୍ ଜୁନିଗା, ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପୂର୍ବତନ ନୌସେନା ଭାଇସ୍ ଆଡମିରାଲ ଜୁଆନ୍ ଆର୍ନେଜ ସାଲଭାଡୋରଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ୧୫ ଜଣ ଗିରଫଙ୍କ ପରିଚୟ ସରକାରଙ୍କ ପକ୍ଷରୁ ପ୍ରଘଟ ହୋଇନାହିଁ। ସେମାନଙ୍କ ମଧ୍ୟରେ ବିଦ୍ରୋହର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ସାଧାରଣ ନାଗରିକ ମଧ୍ୟ ରହିଥିବା ବରିଷ୍ଠ କ୍ୟାବିନେଟ ସଦସ୍ୟ ଏଡୁଆର୍ଡୋ ଡେଲ୍ କାଷ୍ଟିଲୋ କହିଛନ୍ତି।
The post ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ appeared first on Dharitri Odia News.