ଗହମ ମହଜୁଦ ରଖିବା ସୀମା ସ୍ଥିର କଲେ କେନ୍ଦ୍ର ସରକାର, ଏହି ପରିମାଣଠୁ ଅଧିକ ରଖିପାରିବେନି ବ୍ୟବସାୟୀ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସୋମବାର ଗହମ ପାଇଁ ଷ୍ଟକ୍ ସୀମା ଲଗାଇଛନ୍ତି । ଏଣିକି କୌଣସି ପାଇକାରୀ ବିକ୍ରେତା, ଖୁଚୁରା ବ୍ୟବସାୟୀ ୩ ହଜାର କୁଇଣ୍ଟାଲରୁ ଅଧିକ ଗହମ ନିଜ ପାଖରେ ରଖିପାରିବେ ନାହିଁ । ଏହି ନିୟମ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ । ଏହି ନିଷ୍ପତ୍ତି ସରକାର ଗହମ କଳାବଜାରୀ ରୋକିବା ଏବଂ ୨୦୨୫ ଯାଏ ମୂଲ୍ୟ ସ୍ଥିର ରଖିବା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କରିଛନ୍ତି ।କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଏହି ନିଷ୍ପତ୍ତି କଳାବଜାରୀକୁ ରୋକିବା, ଆମର ଲକ୍ଷ୍ୟ ଘରୋଇ ମାର୍କେଟରେ ଗହମର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ମୂଲ୍ୟକୁ ସ୍ଥିର ରଖିବା । ସରକାର ଗହମ ଉପରେ ଲାଇସେନସିଂ ଆବଶ୍ୟକତା, ଷ୍ଟକ୍ ସୀମା ଏବଂ ପ୍ରତିବନ୍ଧକୁ ହଟାଇବା ଆଦେଶ ଜାରି କରିଛନ୍ତି, ଯାହା ୨୦୨୫ ମାର୍ଚ୍ଚ ୩୧ ଯାଏ ତତ୍କାଳ ପ୍ରଭାବୀ ହେବ ।ଜଣେ ଅଧିକାରୀ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ରିଟେଲ୍ ବିକ୍ରେତା ଏବଂ ଛୋଟ ଦୋକାନୀଙ୍କୁ ୧୦ ଟନ୍ ଯାଏ ଗହମ ମହଜୁଦ ରଖିପାରିବେ ।  ଅନ୍ୟପଟେ ବ୍ୟବସାୟୀ ଏବଂ ବଡ଼ ରିଟେଲର୍ସଙ୍କୁ ୩ ହଜାର ଟନ୍ ସୀମା ମାନିବାକୁ ପଡ଼ିବ । ପ୍ରୋସେସରଙ୍କ ପାଇଁ ଏହି ସୀମା ସେମାନଙ୍କ ମାସିକ କ୍ଷମତା (ଏମଆଇସି)ର ୭୦ ପ୍ରତିଶତକୁ ୨୦୨୪-୨୫ ଆର୍ଥିକ ବର୍ଷର ବଳକା ମାସ ସହ ଗୁଣା କରି ସ୍ଥିର କରାଯାଇଛି । ଅଧିକାରୀଙ୍କ ଅନୁସାରେ ଚଳିତ

ଗହମ ମହଜୁଦ ରଖିବା ସୀମା ସ୍ଥିର କଲେ କେନ୍ଦ୍ର ସରକାର, ଏହି ପରିମାଣଠୁ ଅଧିକ ରଖିପାରିବେନି ବ୍ୟବସାୟୀ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସୋମବାର ଗହମ ପାଇଁ ଷ୍ଟକ୍ ସୀମା ଲଗାଇଛନ୍ତି । ଏଣିକି କୌଣସି ପାଇକାରୀ ବିକ୍ରେତା, ଖୁଚୁରା ବ୍ୟବସାୟୀ ୩ ହଜାର କୁଇଣ୍ଟାଲରୁ ଅଧିକ ଗହମ ନିଜ ପାଖରେ ରଖିପାରିବେ ନାହିଁ । ଏହି ନିୟମ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ । ଏହି ନିଷ୍ପତ୍ତି ସରକାର ଗହମ କଳାବଜାରୀ ରୋକିବା ଏବଂ ୨୦୨୫ ଯାଏ ମୂଲ୍ୟ ସ୍ଥିର ରଖିବା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କରିଛନ୍ତି ।

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଏହି ନିଷ୍ପତ୍ତି କଳାବଜାରୀକୁ ରୋକିବା, ଆମର ଲକ୍ଷ୍ୟ ଘରୋଇ ମାର୍କେଟରେ ଗହମର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ମୂଲ୍ୟକୁ ସ୍ଥିର ରଖିବା । ସରକାର ଗହମ ଉପରେ ଲାଇସେନସିଂ ଆବଶ୍ୟକତା, ଷ୍ଟକ୍ ସୀମା ଏବଂ ପ୍ରତିବନ୍ଧକୁ ହଟାଇବା ଆଦେଶ ଜାରି କରିଛନ୍ତି, ଯାହା ୨୦୨୫ ମାର୍ଚ୍ଚ ୩୧ ଯାଏ ତତ୍କାଳ ପ୍ରଭାବୀ ହେବ ।

ଜଣେ ଅଧିକାରୀ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ରିଟେଲ୍ ବିକ୍ରେତା ଏବଂ ଛୋଟ ଦୋକାନୀଙ୍କୁ ୧୦ ଟନ୍ ଯାଏ ଗହମ ମହଜୁଦ ରଖିପାରିବେ ।  ଅନ୍ୟପଟେ ବ୍ୟବସାୟୀ ଏବଂ ବଡ଼ ରିଟେଲର୍ସଙ୍କୁ ୩ ହଜାର ଟନ୍ ସୀମା ମାନିବାକୁ ପଡ଼ିବ । ପ୍ରୋସେସରଙ୍କ ପାଇଁ ଏହି ସୀମା ସେମାନଙ୍କ ମାସିକ କ୍ଷମତା (ଏମଆଇସି)ର ୭୦ ପ୍ରତିଶତକୁ ୨୦୨୪-୨୫ ଆର୍ଥିକ ବର୍ଷର ବଳକା ମାସ ସହ ଗୁଣା କରି ସ୍ଥିର କରାଯାଇଛି । 

ଅଧିକାରୀଙ୍କ ଅନୁସାରେ ଚଳିତ ରବି ଋତୁରେ ସରକାର ୨୬୬ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣିଛନ୍ତି, ଯାହା ଆବଶ୍ୟକର ୧୮୮ ଲକ୍ଷ ମେଟ୍ରିକ୍ ଟନଠାରୁ ବହୁ ଅଧିକ ଅଟେ । କିନ୍ତୁ ଘରୋଇ ବଜାରରେ ମୂଲ୍ୟକୁ ସ୍ଥିର ରଖିବା ଏବଂ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଅଧିକା କିଣିଛନ୍ତି । ତଥାପି ଗହମ, ଚୀନ ଏବଂ ଅଣ-ବାସୁମତି ଚାଉଳ ରପ୍ତାନୀରୁ କଟକଣା ହଟାଇବାର କୌଣସି ଯୋଜନା ନାହିଁ ।