ବଲୁଚିସ୍ତାନରେ ବସ୍ ଅଟକାଇ ଯାତ୍ରୀଙ୍କୁ ଅପହରଣ, କାର ଉପରକୁ ଗୁଳିମାଡ଼, ୧୧ ମୃତ
ଇସ୍ଲାମାବାଦ ୧୩।୪: ପାକିସ୍ତାନ ବଲୁଚିସ୍ତାନରେ ଆତଙ୍କବାଦୀ ୯ ବସ୍ ଯାତ୍ରୀଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ପ୍ରଥମ ଘଟଣାରେ ଆତଙ୍କବାଦୀମନେ ନୋସ୍କି ଜିଲ୍ଲା ଜାତୀୟ ରାଜମାର୍ଗରେ ବସ୍ କୁ ଅଟକାଇଥିଲେ। ସେମାନେ ବନ୍ଦୁକ ମୁନରେ ୯ ଜଣଙ୍କୁ ଅପହରଣ କରିବା ପରେ ସେମାନଙ୍କୁ ହତ୍ୟା କରିଥିଲେ। ମୃତ ବସ୍ ଯାତ୍ରୀଙ୍କ ଶବ ନିକଟସ୍ଥ ପାହାଡରୁ ମିଳିଛି। ଏହି ବସ୍ ଟି କ୍ୱେଟାରୁ ତାଫ୍ତାନ ଯାଉଥିଲା। ଦ୍ୱିତୀୟ ଘଟଣାଟି ମଧ୍ୟ ଏହି ଜାତୀୟ ରାଜମାର୍ଗରେ ହୋଇଥିଲା। ଆତଙ୍କବାଦୀମାନେ ଦ୍ରୁତ ବେଗରେ ଆସୁଥିବା କାର ଉପରକୁ ଅନ୍ଧାଦୁନିଆ ଗୁଳି ମାଡ଼ କରିଥିଲେ। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଜାତୀୟ ରାଜମାର୍ଗରେ ଏପରି କାଣ୍ଡ କରିଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି। ଆତଙ୍କବାଦୀ ଖୁବ ଶୀଘ୍ର ଗିରଫ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ପିଛା କରାଯାଉଛି। ବଲୁଚିସ୍ତାନର ଶାନ୍ତି ନଷ୍ଟ କରିବା ପାଇଁ ସେମାନେ ଏପରି କାଣ୍ଡ ଭିଆଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଗୃହମନ୍ତ୍ରୀ ମୋହସୀନ ନକବୀ ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ସରକାର ମୃତକଙ୍କ ପରିଜନଙ୍କ ସହ ଛିଡା ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଘଟଣା ପାଇଁ ନିଜକୁ ଦାୟି କରି ନାହାନ୍ତି। ତେବେ ଗତ କିଛି ସମୟ ହେଲା ବଲୁ
ଇସ୍ଲାମାବାଦ ୧୩।୪: ପାକିସ୍ତାନ ବଲୁଚିସ୍ତାନରେ ଆତଙ୍କବାଦୀ ୯ ବସ୍ ଯାତ୍ରୀଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ପ୍ରଥମ ଘଟଣାରେ ଆତଙ୍କବାଦୀମନେ ନୋସ୍କି ଜିଲ୍ଲା ଜାତୀୟ ରାଜମାର୍ଗରେ ବସ୍ କୁ ଅଟକାଇଥିଲେ। ସେମାନେ ବନ୍ଦୁକ ମୁନରେ ୯ ଜଣଙ୍କୁ ଅପହରଣ କରିବା ପରେ ସେମାନଙ୍କୁ ହତ୍ୟା କରିଥିଲେ। ମୃତ ବସ୍ ଯାତ୍ରୀଙ୍କ ଶବ ନିକଟସ୍ଥ ପାହାଡରୁ ମିଳିଛି। ଏହି ବସ୍ ଟି କ୍ୱେଟାରୁ ତାଫ୍ତାନ ଯାଉଥିଲା। ଦ୍ୱିତୀୟ ଘଟଣାଟି ମଧ୍ୟ ଏହି ଜାତୀୟ ରାଜମାର୍ଗରେ ହୋଇଥିଲା।
ଆତଙ୍କବାଦୀମାନେ ଦ୍ରୁତ ବେଗରେ ଆସୁଥିବା କାର ଉପରକୁ ଅନ୍ଧାଦୁନିଆ ଗୁଳି ମାଡ଼ କରିଥିଲେ। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଜାତୀୟ ରାଜମାର୍ଗରେ ଏପରି କାଣ୍ଡ କରିଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି। ଆତଙ୍କବାଦୀ ଖୁବ ଶୀଘ୍ର ଗିରଫ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ପିଛା କରାଯାଉଛି। ବଲୁଚିସ୍ତାନର ଶାନ୍ତି ନଷ୍ଟ କରିବା ପାଇଁ ସେମାନେ ଏପରି କାଣ୍ଡ ଭିଆଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଗୃହମନ୍ତ୍ରୀ ମୋହସୀନ ନକବୀ ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ସରକାର ମୃତକଙ୍କ ପରିଜନଙ୍କ ସହ ଛିଡା ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଘଟଣା ପାଇଁ ନିଜକୁ ଦାୟି କରି ନାହାନ୍ତି। ତେବେ ଗତ କିଛି ସମୟ ହେଲା ବଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢିବାରେ ଲାଗିଛି। ଏହି ସବୁ ଆକ୍ରମଣରେ ଆତଙ୍କାବାଦୀ ମୁଖ୍ୟ ରୂପେ ସୁରକ୍ଷା ବଳଙ୍କୁ ସେମାନଙ୍କ ଟାର୍ଗେଟ କରୁଛନ୍ତି।
ନିକଟରେ ମାଚ୍ ସହର, ଗ୍ୱାଦର ବନ୍ଦର ଓ ତୁରବତର ଏକ ନୌସେନାଘାଟିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ଏହି ୩ଟି ସ୍ଥାନରେ ଆକ୍ରମଣ ନିମନ୍ତେ ନିଷିଦ୍ଧ ଆତଙ୍କବାଦ ସଙ୍ଗଠନ ବଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟି କରିଥିଲା। ଏହି ସବୁ ଆକ୍ରମଣରେ ସୁରକ୍ଷା ବଳ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।