ଶମ୍ଭୁ ବର୍ଡରରେ ପୁଣି ତେଜିଲା ଆନ୍ଦୋଳନ; ପୋଲିସ-ଚାଷୀ ଧସ୍ତାଧସ୍ତି, ଦିଲ୍ଲୀ ସିଲ୍

ନୂଆଦିଲ୍ଲୀ: ରାଜଧାନୀରେ ତେଜିଲା ଚାଷୀ ଆନ୍ଦୋଳନ । ଶୁକ୍ରବାର ୧ଟାରୁ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଛି କିଷାନ ସଂଗଠନ । ୮ ମାସ ହେଲା ହରିୟଣା ବର୍ଡରରେ ଧାରଣରତ ଚାଷୀ ଟ୍ରାକ୍ଟର-ଟ୍ରଲି ବିନା ପାଦରେ ଚାଲି ଚାଲି ଦିଲ୍ଲୀ ମାର୍ଚ୍ଚ କରିଛନ୍ତି । ତାଙ୍କୁ ଶମ୍ଭୁ ସୀମାରେ ଅଟକାଇ ଦିଆଯାଇଛି । ଅମ୍ବାଲାର ଶମ୍ଭୁ, ଜିନ୍ଦର ଖନୌରୀ ଏବଂ ସୋନିପତର ସିନ୍ଧୁ ପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଶମ୍ଭୁ-ଖନୌରୀ ବର୍ଡରରେ ପ୍ରାୟ ୧୦ ହଜାର ଚାଷୀ ଅଟାକାଇବା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଅର୍ଦ୍ଧସାମରିକ ବଳ ନିୟୋଜିତ କରାଯାଇଛି । ୨୯ କମ୍ପାନି ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରାଯାଇଛି । ଅମ୍ବାଲାରେ ସ୍କୁଲ ସବୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି । ସେହିପରି ଅମ୍ବାଲାର ୧୧ ଗାଁରେ ଇଣ୍ଟରନେଟ୍ ଏବଂ ବ୍ଲକ୍ ଏସଏମ୍ଏସ ସର୍ଭିସ୍ ଉପରେ ରୋକ୍ ଲଗାଯାଇଛି ।ଦିନ ୧ଟା ବେଳେ ୧୦୧ ଚାଷୀଙ୍କ ଏକ ବ୍ୟାଚ୍ ଶମ୍ଭୁ ବର୍ଡରରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ସୁରକ୍ଷାକର୍ମୀ ଓ ଚାଷୀ ସଂଗଠନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଷୀମାନେ ବ୍ୟାରିକେଡକୁ ଭାଙ୍ଗି ଦେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା । ସେପଟେ କଂଗ୍ରେସ ସାଂସଦ ରାଜୀବ ଶୁକ୍ଲା ଚାଷୀ ସପକ୍ଷରେ ବାହାରିଛନ୍ତି।  ସେ କହ

ଶମ୍ଭୁ ବର୍ଡରରେ ପୁଣି ତେଜିଲା ଆନ୍ଦୋଳନ; ପୋଲିସ-ଚାଷୀ ଧସ୍ତାଧସ୍ତି, ଦିଲ୍ଲୀ ସିଲ୍

ନୂଆଦିଲ୍ଲୀ: ରାଜଧାନୀରେ ତେଜିଲା ଚାଷୀ ଆନ୍ଦୋଳନ । ଶୁକ୍ରବାର ୧ଟାରୁ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଛି କିଷାନ ସଂଗଠନ । ୮ ମାସ ହେଲା ହରିୟଣା ବର୍ଡରରେ ଧାରଣରତ ଚାଷୀ ଟ୍ରାକ୍ଟର-ଟ୍ରଲି ବିନା ପାଦରେ ଚାଲି ଚାଲି ଦିଲ୍ଲୀ ମାର୍ଚ୍ଚ କରିଛନ୍ତି । ତାଙ୍କୁ ଶମ୍ଭୁ ସୀମାରେ ଅଟକାଇ ଦିଆଯାଇଛି । ଅମ୍ବାଲାର ଶମ୍ଭୁ, ଜିନ୍ଦର ଖନୌରୀ ଏବଂ ସୋନିପତର ସିନ୍ଧୁ ପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଶମ୍ଭୁ-ଖନୌରୀ ବର୍ଡରରେ ପ୍ରାୟ ୧୦ ହଜାର ଚାଷୀ ଅଟାକାଇବା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଅର୍ଦ୍ଧସାମରିକ ବଳ ନିୟୋଜିତ କରାଯାଇଛି । ୨୯ କମ୍ପାନି ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରାଯାଇଛି । ଅମ୍ବାଲାରେ ସ୍କୁଲ ସବୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି । ସେହିପରି ଅମ୍ବାଲାର ୧୧ ଗାଁରେ ଇଣ୍ଟରନେଟ୍ ଏବଂ ବ୍ଲକ୍ ଏସଏମ୍ଏସ ସର୍ଭିସ୍ ଉପରେ ରୋକ୍ ଲଗାଯାଇଛି ।

ଦିନ ୧ଟା ବେଳେ ୧୦୧ ଚାଷୀଙ୍କ ଏକ ବ୍ୟାଚ୍ ଶମ୍ଭୁ ବର୍ଡରରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ସୁରକ୍ଷାକର୍ମୀ ଓ ଚାଷୀ ସଂଗଠନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଷୀମାନେ ବ୍ୟାରିକେଡକୁ ଭାଙ୍ଗି ଦେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା । ସେପଟେ କଂଗ୍ରେସ ସାଂସଦ ରାଜୀବ ଶୁକ୍ଲା ଚାଷୀ ସପକ୍ଷରେ ବାହାରିଛନ୍ତି।  ସେ କହିଛନ୍ତି, ସରକାର ଚାଷୀଙ୍କୁ ଏମଏସପିରେ ଗ୍ୟାରେଣ୍ଟି ଦେବାରୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପଞ୍ଜାବରେ ଏଭଳି ସ୍ଥିତି ଉପୁଜିଛି କି ଚାଷୀଙ୍କ ଧାନ କିଣିବାକୁ କେହି ନାହାନ୍ତି । କେନ୍ଦ୍ର ସରକାର ଗ୍ୟାରେଣ୍ଟି ପୂରଣ କରିବାରେ ଫେଲ୍ ମାରିଛନ୍ତି ବୋଲି ସେ କହିଛନ୍ତି ।