ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ ବାମକୁ ଯିବାରୁ ରଥ ଅଟକି ଥିଲା। ସା ଆଳତି ସମୟ ହୋଇଥିବାରୁ ରଥ ଅଟକି ଯିବା ସହ ରବିବାର ସକାଳ ୯ଟାରେ ରଥ ଟଣା ଓ ସାରେ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା […] The post ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ appeared first on Dharitri Odia News.

ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ ବାମକୁ ଯିବାରୁ ରଥ ଅଟକି ଥିଲା। ସା ଆଳତି ସମୟ ହୋଇଥିବାରୁ ରଥ ଅଟକି ଯିବା ସହ ରବିବାର ସକାଳ ୯ଟାରେ ରଥ ଟଣା ଓ ସାରେ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ପ୍ରବଳ ବର୍ଷା ମଧ୍ୟରେ ଭୋର ୪ ଟାରୁ ଶ୍ରୀଜୀଉଙ୍କ ଅବକାଶ, ୫ଟାରେ ଲୁଗାଲାଗି, ୯ରେ ଧୂପ, ୧୦ଟାରେ ପୁଷ୍ପାଞ୍ଜଳୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟା ୧୦ରେ ଶ୍ରୀଜୀଉମାନଙ୍କ ପହଁଣ୍ଡି କରାଯାଇଥିଲା। କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରାପହଁରା କରିଥିଲେ। ଅପରାହ୍ନ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇ ଶ୍ରୀ ରଘୁନାଥଜୀଉ ମନ୍ଦିର ସହ ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗନୀତି ପାଇଁ ଅଟକି ଥିଲା। ଲଗାଣ ବର୍ଷା କାରଣରୁ ରଥ ଅଟକି ରହି ଆଳତି ହୋଇଥିଲା।

ରାଜପୁରୋହିତ ପ୍ରସନ୍ନ ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଡ଼ପଣ୍ଡା ରାଜକିଶୋର ପଣ୍ଡା, ବରିଷ୍ଠ ପୂଜାପଣ୍ଡା ସୁବ୍ରତ ତ୍ରିପାଠୀଙ୍କ ସମେତ ପୂଜାପଣ୍ଡା, ସୁଆର,ଖୁଣ୍ଟିଆ ସେବକମାନେ ସେବା ଯୋଗାଇଥିଲେ। ରବିବାର ରଥ ପହଞ୍ଚିବା ପରେ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ରଥକୁ ବ୍ୟାରିକେଡ୍‌ ଓ ୱାଚ ଟାୱାର ନିର୍ମାଣ କରାଯିବ। ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କର ପବିତ୍ର ସୁନାବେଶ ଓ ବଡ଼ ଏକାଦଶୀ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

The post ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ appeared first on Dharitri Odia News.