ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍‌ସି, ଏସ୍‌ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି କ୍ରମରେ ସୋମବାର ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମଞ୍ଚର ଜିଲା ଆବାହକ ମନୋଜ କୁମାର କଲେତ୍‌ ସୂଚନା ଦେଇ କହିଥିଲେ, ଉକ୍ତ ଦିନ ବରଗଡ଼ ଜିଲାର ସମସ୍ତ ୧୨ ବ୍ଲକରେ […] The post ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ appeared first on Dharitri Odia News.

ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍‌ସି, ଏସ୍‌ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି କ୍ରମରେ ସୋମବାର ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମଞ୍ଚର ଜିଲା ଆବାହକ ମନୋଜ କୁମାର କଲେତ୍‌ ସୂଚନା ଦେଇ କହିଥିଲେ, ଉକ୍ତ ଦିନ ବରଗଡ଼ ଜିଲାର ସମସ୍ତ ୧୨ ବ୍ଲକରେ ବନ୍ଦ ପାଳନ କରାଯିବ। ଜିଲାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର ସମେତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଏବଂ ଯାନବାହନ ଚଳାଚଳ ବନ୍ଦ ରହିବ। ତେବେ ବନ୍ଦ ପାଳନରୁ ଆପାଦକାଳୀନ ତଥା ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ବାଦ୍‌ ଦିଆଯାଇଛି। ବନ୍ଦ ପାଳନକୁ ସଫଳ କରିବା ପାଇଁ ମଞ୍ଚ ପକ୍ଷରୁ ଜିଲାବାସୀଙ୍କ ସହଯୋଗ କାମନା କରାଯାଉଛି ବୋଲି କଲେତ୍‌ କହିଥିଲେ। ଖବରଦାତା ସମ୍ମିଳନୀରେ ରବି ଦାସ ସମାଜର ରାଜ୍ୟ ସଭାପତି ସୀତାରାମ ମେହେର, ଆଦିବାସୀ ସଂଘ ଜିଲା ସଭାପତି କୁଞ୍ଜବିହାରୀ ଭୋଇ, ମଞ୍ଚର ଉପଦେଷ୍ଟା ବିକ୍ରମ ଛତର, ବାଲକିଶୋର ଛତର ପ୍ରମୁଖ ଉପସ୍ଥିତ ଥିଲେ।

The post ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ appeared first on Dharitri Odia News.