ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ… 

ଭୁବନେଶ୍ୱର,୨।୮: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦୀର୍ଘଦିନର ଲଢ଼େଇ ପରେ ଶେଷରେ ନୀରବି ଯାଇଛନ୍ତି ସେ। ତେବେ ଏନେଇ ଶନିବାର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ଗୋଟିଏ ପଟେ ପୀଡ଼ିତାଙ୍କ ବାପା ସାମ୍ନାକୁ ଆସି ରାଜ୍ୟ ସରକାରଙ୍କ ପକ୍ଷ ନେଇଥିବା ବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ କ୍ଷତିପୂରଣ ସହ ଦୋଷୀଙ୍କୁ ଧରିବା ଲାଗି ଦାବି ରଖିଛନ୍ତି। ଏହି କ୍ରମରେ ଟୁଇଟ୍‌ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଜିଲା ବଳଙ୍ଗା […] The post ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ…  appeared first on Dharitri Odia News.

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ… 
ଭୁବନେଶ୍ୱର,୨।୮: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦୀର୍ଘଦିନର ଲଢ଼େଇ ପରେ ଶେଷରେ ନୀରବି ଯାଇଛନ୍ତି ସେ। ତେବେ ଏନେଇ ଶନିବାର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ଗୋଟିଏ ପଟେ ପୀଡ଼ିତାଙ୍କ ବାପା ସାମ୍ନାକୁ ଆସି ରାଜ୍ୟ ସରକାରଙ୍କ ପକ୍ଷ ନେଇଥିବା ବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ କ୍ଷତିପୂରଣ ସହ ଦୋଷୀଙ୍କୁ ଧରିବା ଲାଗି ଦାବି ରଖିଛନ୍ତି। ଏହି କ୍ରମରେ ଟୁଇଟ୍‌ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପୁରୀ ଜିଲା ବଳଙ୍ଗା ଅଞ୍ଚଳରେ ନିଆଁରେ ପୋଡ଼ି ଯାଇଥିବା  ନାବାଳିକାଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଜାଣି ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ନାବାଳିକାଙ୍କ ପ୍ରତି ମୋର ସମବେଦନା ଏବଂ ଦୁଃଖର ଏଭଳି ସମୟରେ ପରିବାର ସଦସ୍ୟଙ୍କ ସହିତ ପ୍ରାର୍ଥନା। ଭଗବାନ ପରିବାରଲୋକଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ଲାଗି ଶକ୍ତି ଦିଅନ୍ତୁ ବୋଲି ନବୀନ ଟୁଇଟ କରି କହିଛନ୍ତି।

ସେହିଭଳି ବିଜେଡି ପକ୍ଷରୁ ପ୍ରେସମିଟ୍‌ କରି ସରକାର ପୀଡ଼ିତାଙ୍କ ପରିବାରକୁ ୨କୋଟି ଦିଅନ୍ତୁ ବୋଲି ଦାବି କରାଯାଇଛି। ଏପରିକି ଯେଉଁମାନେ ସମ୍ପୃକ୍ତ ୭ ଦିନ ମଧ୍ୟରେ ସେମାନଙ୍କୁ ଧରନ୍ତୁବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

The post ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ…  appeared first on Dharitri Odia News.