ବସରୁ ତଳକୁ ଯାଇଥିଲେ ବ୍ୟବସାୟୀ; ଗାଏବ ହୋଇଗଲା ୧୭ କିଲୋ ରୁପାକୁ ୫ ଲକ୍ଷ ଟଙ୍କା

କୋଲକାତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଏକ ଘରୋଇ ବସରେ ଗତକାଲି ରାତିରେ କୋଲକାତା ଫେରୁଥିଲେ।

ବସରୁ ତଳକୁ ଯାଇଥିଲେ ବ୍ୟବସାୟୀ; ଗାଏବ ହୋଇଗଲା ୧୭ କିଲୋ ରୁପାକୁ ୫ ଲକ୍ଷ ଟଙ୍କା

ବସରେ ନିଜ ସିଟ୍‌ରେ ନିଜ ବ୍ୟାଗ ରଖି ଚା’ ପିଇବା ପାଇଁ ଯାଇଥିଲେ ବ୍ୟବସାୟୀ। ଆସିଲା ବେଳକୁ ନଥିଲା ୧୭ କିଲୋ ଫାଇନ୍ ରୁପା ସହ ପ୍ରାୟ ୫ ଲକ୍ଷ ଟଙ୍କା। ଟଙ୍କା ଓ ଅଳଙ୍କାର ବ୍ୟାଗ ନପାଇ ଚକିତ ହୋଇଯାଇଥିଲେ ବ୍ୟବସାୟୀ।  ବ୍ରହ୍ମପୁରରୁ କୋଲକାତା ଯାଉଥିବା ଏକ ବସରୁ ଏପରି ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

କୋଲକାତାର ରୁପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଏକ ଘରୋଇ ବସରେ ଗତକାଲି ରାତିରେ କୋଲକାତା ଫେରୁଥିଲେ। ତେବେ ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି ଅଟକିଥିଲା। ସେତିକି ବେଳେ ମିଥୁନ୍ ନିଜ ସ୍ଲିପର ସିଟରେ ଫାଇନ୍ ରୂପାଓ ଟଙ୍କା ଥିବା ଦୁଇଟି ବ୍ୟାଗ୍ ରଖି ଚା’ ପିଇବାକୁ ତଳକୁ ଓହ୍ଲାଇ ଯାଇଥିଲେ। ସେହି ସମୟରେ ଲୁଟେରାମାନେ ରୁପା ଓ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। 

କାରରେ ୪ ଜଣ ଲୁଟେରା ଆସି ବ୍ୟାଗ ନେଇ ଚମ୍ପଟ ମାରିଥିବା ବ୍ୟବସାୟୀ ଜଣଙ୍କ ଦେଖିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ମିଥୁନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।