ବସୁଧା ଯୋଜନା ବାଟବଣା
ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଧ, ମୁଡା, ଚହଳା ଆଦି ଜଳାଶୟ ଶୁଖିଗଲାଣି। ଗାଁରେ ନଳକୂଅ ଥିଲେ ବି ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି। ଏହି ପାଣିକୁ ଲୋକେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ବସୁଧା ଯୋଜନାରୁ ଲୋକେ ଉପକୃତ ହେବେ ବୋଲି ଅଶା ରଖିଥିଲେ। ହେଲେ ଓଭରହେଡ୍ ଟାଙ୍କି ନିର୍ମାଣ […] The post ବସୁଧା ଯୋଜନା ବାଟବଣା appeared first on Dharitri Odia News.
ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଧ, ମୁଡା, ଚହଳା ଆଦି ଜଳାଶୟ ଶୁଖିଗଲାଣି। ଗାଁରେ ନଳକୂଅ ଥିଲେ ବି ସେଥିରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି। ଏହି ପାଣିକୁ ଲୋକେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ବସୁଧା ଯୋଜନାରୁ ଲୋକେ ଉପକୃତ ହେବେ ବୋଲି ଅଶା ରଖିଥିଲେ। ହେଲେ ଓଭରହେଡ୍ ଟାଙ୍କି ନିର୍ମାଣ ହୋଇ ପାଇପ୍ ପୋତା ସରି ପ୍ରାୟ ୩ବର୍ଷ ବିତିଯାଇଥିଲେ ମଧ୍ୟ ଜଳଯୋଗାଣ ହୋଇପାରି ନାହିଁ। ଗାଁରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗିବାକୁ ବସିଲାଣି। ଏହି ସ୍ଥିତିକୁ ଅନୁଧ୍ୟାନ କଲେ ଜିଲାରେ ବସୁଧା ଯୋଜନା ବାଟବଣା ହୋଇଥିବା କୁହାଯାଉଛି।
କେବଳ କରଙ୍ଗାଭଟା ନୁହେଁ, ଅନେକ ଗାଁରେ ପାଇପ୍ ପୋତା ସରିଥିଲେ ମଧ୍ୟ ପାଣି ମିଳୁନାହିଁ। କରଙ୍ଗାଭଟା ଗାଁରେ ବସ୍ତି ସମେତ ବ୍ରାହ୍ମଣପଡା, ନାଏକପଡା, କଲୋନିପଡା, ସ୍କୁଲପଡାରେ ୩ ଶହ ପରିବାର ବସବାସ କରୁଥିବାବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ବସ୍ତି ସମେତ ୪ଟି ପଡା ପାଇଁ ୭ଟି ନଳକୂଅ ରହିଛି ା ସବୁ ନଳକୂଅରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି। ଏହି ପାଣିକୁ ବାଲ୍ଟି, ଗରାରେ ରଖିଲେ ଲାଲ ରଙ୍ଗ ହୋଇଯାଉଥିବାରୁ ଲୋକେ ଫ୍ଲୋରାଇଡ ପାଣି ବୋଲି ସନ୍ଦେହ କରୁଛନ୍ତି। ହେଲେ ଅନ୍ୟ ଉପାୟ ନ ଥିବାରୁ ଲୋକେ ବାଧ୍ୟହୋଇ ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ା ବସ୍ତି, ନାଏକପଡାରେ ଥିବା ନଳକୂଅକୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି ା କଲୋନିପଡା ଓ ସ୍କୁଲ ପଡାରେ ନଳକୂଅ ନାହିଁ ା ସ୍କୁଲପଡ଼ାବାସୀ ସ୍କୁଲ ନଳକୂଅ ପାଣି ବ୍ୟବହାର କରୁଛନ୍ତି ା ସ୍କୁଲ ଛୁଟି ହେଲେ ଗେଟ୍ରେ ତାଲା ପଡୁଥିବାରୁ ମୁଡା କିମ୍ବା ଚହଳା ଖୋଲା ପାଣି ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ନଈ ତଟରେ ଗାତକରି ପାଣି ଆଣି ବ୍ୟବହାର କରୁଛନ୍ତି। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ବହୁତ ଶୀଘ୍ର ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୭ଦିନ ମଧ୍ୟରେ ସମସ୍ୟା ଦୂର ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ମାଳିକ ରାମ ରାଉତ, ରାଜେଶ୍ୱରୀ ଦୁବେ, ପଦ୍ମେ ରଣା, ଡମୁ ରାଉତ, ମହନି ରାଉତ, ସେଏବା ରାମ ନାଏକ, ଡିଲେଶ୍ୱର ଦୁବେ, ତେଜ ଦୁବେ, ସୌହାଗି ସତନାମୀ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା
The post ବସୁଧା ଯୋଜନା ବାଟବଣା appeared first on Dharitri Odia News.